ଆଧୁନିକ ଯୁଗରୁ ପଛରେ ତଳଡିହ, ତୁମୁଣି ଓ ଗୁହିଆଶାଳ
ଯାଜପୁର: ଅପପୃଷ୍ଟିର ଇଲାକା ଭାବେ ସାରା ଓଡ଼ିଶାରେ ପରିଚିତ ଯାଜପୁର ଜିଲାର ନଗଡ଼ା’ଗ୍ରାମ । ଆଜି ବି ଆଧୁନିକ ଯୁଗରୁ ବହୁ ପଛରେ ନଗଡ଼ାବାସୀ । ହେଉନି ବିକାଶ କି ଦୁର ହେଉନି ବାସୀନ୍ଦାଙ୍କ ଦୁର୍ଦଶା । ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଂଚାୟତରେ ଅବସ୍ତିତ ନଗଡ଼ା ଗ୍ରାମରେ ଥିବା ତିନିଗୋଟି ସାହି ତଳଡ଼ିହ, ତୁମୁଣି, ଗୁହିଆଶାଳର ଅଧିବାସୀ ଆଧୁୂନିକ ଯୁଗରୁ ବହୁ ପଛରେ ରହିଛନ୍ତି । ନଗଡ଼ାରେ ବିକାଶର ଛବି ଦେଖିବାକୁ ମିଳୁଛି ସ’ତ ହେଲେ ଉପରୋକ୍ତ ସାହିରେ ବାସ କରୁଥିବା ପ୍ରାୟ ୪୫୦ ରୁ ୫୦୦ ଜୁଆଙ୍ଗ ଆଦିବାସୀ ଦୁର୍ବିସହ ଜୀବନ ବିତାଉଛନ୍ତି । ଦିର୍ଘ ବର୍ଷ ହେବ ପାହାଡ଼ ମଝିରେ ରହିଆସୁଥିବାରୁ ସରକାରଙ୍କ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଯୋଜନା ପରେ ଯୋଜନା ହେଲେ ମଧ୍ୟ ଏମାନଙ୍କ ପାଖରେ ପହଁଚିବା ସାତ ସପନ । ଏହି ଖବର ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇୁଥିଲେ ବି ଫଳଶୁନ । ଉପରୋକ୍ତ ୩ସାହିରେ ମୈାଳିକ ସୁବିଧା ଯୋଗାଇ ଦେବାକୁ ‘ମିଶନ୍ ଜ୍ୟୋତି ଟ୍ରଷ୍ଟ’ନାମକ ଏକ ସାମାଜିକ ଅନୁଷ୍ଠାନ ସରକାରଙ୍କ ନିକଟରେ ଦାବି କରିଛି । ବାରମ୍ବାର ଉପରୋକ୍ତ ସାହିକୁ ଗସ୍ତ କରି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଠାରୁ ଆରମ୍ଭ କରି ଆବଶ୍ୟକ ଖାଦ୍ୟ ସାମଗ୍ରୀ, ପିଲା ମାନଙ୍କ ଖେଳକୁଦ ପାଇଁ ଖେଳନା ଯୋଗାଇ ଦେବା ସହ ସଚେତନ କରୁଛନ୍ତି । ଇତିମଧ୍ୟରେ ଟ୍ରଷ୍ଟର ସଂଖ୍ୟାଧିକ ସଦସ୍ୟ ଉପରୋକ୍ତ ସାହିରେ ପହଁଚି ସେବା କାର୍ଯ୍ୟ ଯୋଗାଇ ଦେବା ସହ ବାସୀନ୍ଦାଙ୍କ ସ୍ଥାୟୀ ସମାଧାନ ନିମନ୍ତେ ଅଂଟା ଭିଡିଛନ୍ତି । ସେମାନଙ୍କ ସହ ସାଥ୍ ଦେଇଥିଲେ ଅନେକ ସାମାଜିକ ଅନୁଷ୍ଠାନ । ମିଶନ୍ ଜ୍ୟୋତି ଟ୍ରଷ୍ଟ ସହ ରାଜ୍ୟ ସମାଜସେବୀ ମହାସଂଘ, ପ୍ରେମ ନିରଞ୍ଜନ ଫାଉଣ୍ଡେସନ, ସାଇସେବା ସଂଗଠନ, ଏଟିଏଚରକ୍ ପରିବାର, ନିସ୍ୱାର୍ଥ ସେବା ସଂଗଠନ, ବିଶ୍ୱାସ ପରିବାର, ସେଲ୍ଫ ଏମପାୱାରମେଂଟ ଏବଂ ହ୍ୟୁମାନ ରାଇଟ୍ସର ସଦସ୍ୟ ନଗଡ଼ା ଗସ୍ତ କରିଥିଲେ । ସମାଜସେବୀ ବର୍ତମାନର ଗ୍ରୀଷ୍ମ ପ୍ରବାହ ସ୍ଥିତିକୁ ଆଖି ଆଗରେ ରଖି ଅଂଶୁଘାତରୁ ବର୍ତିବା ପାଇଁ ସଚେତନ କରିବା ସହ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ, ଫଳ ପିଲାଙ୍କ ପାଇଁ ଖେଳନା, ଜୋତା ଏବଂ ଆୟୁଷ ବିଭାଗର ଡାକ୍ତର ଦୀପ୍ତିରଞ୍ଜନ କରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଂଟନ ସହ ରାଜ୍ୟପାଳ ପୁରସ୍କୃତପ୍ରାପ୍ତ ଗଗନ ବିହାରୀ ପାଇଟାଳଙ୍କ ତରଫରୁ ଛୋଟ ପିଲା ଠାରୁ ବୃଦ୍ଧା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଭଳିକି ଭଳି ବସ୍ତ୍ର ଇତ୍ୟାଦି ସଚେତନ ମୂଳକ କାର୍ଯ୍ୟକ୍ରମ କରିଥିଲେ । ତତ ସହିତ ସେମାନେ ତଳକୁ ଆସି ସମସ୍ତଙ୍କ ପରି ଜୀବନ ବିତାଇବା ପାଇଁ ମଧ୍ୟ ଆଲୋଚନା କରିଥିଲେ । ମିଶନ୍ ଜ୍ୟୋତି ଟ୍ରଷ୍ଟର ମୁଖ୍ୟ ରଶ୍ମିଲତା ବଳ କହିଛନ୍ତି ଯେ ଏଠିକାର ଲୋକମାନେ ତଳକୁ ଆସିବା ପାଇଁ ପ୍ରସ୍ତୁତ, କିନ୍ତୁ ସରକାର ତାଙ୍କ ଦୁଃଖ ଶୁଣିଲେ ସେମାନେ ବି ଆମ ପରି ଜୀବନ ବିତେଇବା ସହିତ ନିଜେ ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରନ୍ତେ । ରାଜ୍ୟ ସରକାର ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ସ୍ଥିତି ପରିବର୍ତନ କରିବାକୁ ନିବେଦନ କରିଛନ୍ତି ।