ତିନି ପଞ୍ଚାୟତରେ ପ୍ରୀତିଙ୍କ ଆଶୀର୍ବାଦ ଶୋଭାଯାତ୍ରା
ଯଖପୁରା: ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ପ୍ରଚାର ସେତେ ଜମୁଛି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାନସଭା ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇ ବର୍ତ୍ତମାନ ଦାନଗଦୀ ବ୍ଲକ୍ର ଅନେକ ପଞ୍ଚାୟତରେ ଆଶୀର୍ବାଦ ଶୋଭାଯାତ୍ରା ଜାରି ଜାରି ରଖିଛନ୍ତି । ସେହି କ୍ରମରେ ଆଜି ବ୍ଲକ୍ ଅଧୀନସ୍ଥ ମାଣତିରା,ପଙ୍କପାଳ ଓ ଚାନ୍ଦିଆ ପଞ୍ଚାୟତରେ ଆଶୀର୍ବାଦ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାରେ କେନ୍ଦୁଢିପ, ରାବଣା, ଡ଼ାଖରାପଦା, ଦଶମାଣିଆ, ମାଣତୀରା ଗ୍ରାମରୁ ଶହଶହ ବିଜେଡି କର୍ମୀ ଯୋଗ ଦେଇଥିଲେ । ବିରାଟ ପଟୁଆରରେ ବିଜେଡି ପ୍ରାର୍ଥୀଙ୍କୁ ପାଛୋଟି ନିଆଯାଇଥିଲା । ଗାଁ ଗାଁରେ ମହିଳା ବନ୍ଦାପନା କରି ସ୍ୱାଗତ କରୁଥିବାର ଦେଖାଯାଇଥିଲା । ସ୍ଥାନେ ସ୍ଥାନେ ପ୍ରୀତିଙ୍କୁ ସମ୍ଭର୍ଦ୍ଧନା ଦିଆଯାଉଥିବାର ଦେଖାଯାଇଥିଲା । ଉଭୟ ମହିଳା ଓ ପୁରୁଷଙ୍କ ପକ୍ଷରୁ ବିଜୟ ପାଇଁ ଆଶୀର୍ବାଦ ଉଜାଡି ଦେଇଥିଲେ । ଶୋଭାଯାତ୍ରାରେ ୧୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ, ଦାନଗଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ଅର୍ଚନା ଦାସ, ବ୍ଲକ୍ ବିଜେଡି ସଭାପତି, ଯୁବ ସଭାପତି, ବରିଷ୍ଠ ବିଜେଡି ନେତା ଦୁର୍ଯ୍ୟଧନ ବେହେରା, ଆଦିକନ୍ଦ ପରିଡ଼ା, ଦୁଶାସନ ବେହେରା,ଶିବାନନ୍ଦ ପରିଡ଼ା,ପ୍ରମୋଦ ବେହେରା, ପ୍ରଭାତ ପରିଡ଼ା, ଅର୍ଜୁନ ପରିଡ଼ା, ବୈକୁଣ୍ଠ ନାଥ ସ୍ୱାଇଁ, ବାବୁ ପାଳ, ସନ୍ଦୀପ େ