ଖାରବେଳ ଭବନ ପରିସରରେ ସାମୂହିକ ସ୍ୱଚ୍ଛତା ଅଭିଯାନ
ଭୁବନେଶ୍ୱର: ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ସ୍ୱରୂପ ଖାରବେଳ ଭବନ ପରିସରରେ ଆଜି ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ ‘ଏକ ଦିନ ଏକ ଘଣ୍ଟା ଏକ ସାର୍ଥ ସଫଳତାର ସହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ନେତୃତ୍ୱରେ ଦୁଇ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉସôାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।
ଏହି ଅଭିଯାନ ସମୟରେ ଭାଗ ନେଇଥିବା ପଦଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ପରିସର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ସଫେଇ କରି ଏକ ସ୍ୱଚ୍ଛ କାର୍ଯ୍ୟସ୍ଥଳୀ ଏବଂ ପରିବେଶ ପ୍ରତି ସେମାନଙ୍କର ସାମୂହିକ ସଂକଳ୍ପକୁ ଦୋହରାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ପାଢୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ ଏବଂ ସେମାନଙ୍କ ସମ୍ପ୍ରଦାୟ ଏବଂ ଘରେ ସ୍ୱଚ୍ଛତାର ଭାବନାକୁ ଆଗକୁ ନେବାକୁ ଅନୁରୋଧ କରିଥିଲେ ।