ସ୍ୱଚ୍ଛତା ଏକ ଅଭିଯାନ ନୁହେଁ, ଆନେ୍ଦାଳନ : ମନ୍ତ୍ରୀ

 ଭୁବନେଶ୍ୱର : ସ୍ୱଚ୍ଛତା ବିନା ସୁସ୍ଥ ପରିବେଶ, ସୁସ୍ଥ ସମାଜ ଓ ସୁସ୍ଥ ରାଷ୍ଟ୍ର ଗଠନ ଅସମ୍ଭବ  । ସ୍ୱଚ୍ଛତା ଏକ ଅଭିଯାନ ନୁହେଁ, ଏହା ଏକ ଆନେ୍ଦାଳନ ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସ୍ଥାନୀୟ ମାର୍କେଟ ବିଲ୍ଡିଂ ସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କଠାରେ ‘ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହା କହିଛନ୍ତି । ଏକ୍ ଦିନ, ଏକ୍ ଘଣ୍ଟା, ଏକ୍ ସାଥ୍ ସ୍ଲୋଗାନ ନେଇ ଆଜି ସମବାୟ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ‘ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମବାୟ ମନ୍ତ୍ରୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ସମିତି ସମୂହ ନିବନ୍ଧକ ସିଦ୍ଧାର୍ଥ ଦାସ, ବିଭାଗୀୟ ଅଧିକାରୀ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇ ସଫେଇ କରିଥିଲେ ।