ଖୁବଶୀଘ୍ର ପ୍ରତିଶୋଧ ନେବ ଋଷ

ଋଷ-ୟୁକ୍ରେନ୍ ମଧ୍ୟରେ ଲମ୍ବା ସମୟ ହେବ ଚାଲିଥିବା ଯୁଦ୍ଧ ଏବେ ସାଂଘାତିକ୍ ମୋଡ ନେବାରେ ଲାଗିଛି । ଋଷର ଜେନାରାଲ ବା ଋଷ ସେନା ନ୍ୟୁକ୍ଲିୟର ଡିପାର୍ଟମେଣ୍ଟର ମୂଖ୍ୟ ‘ଇଗୋର’ଙ୍କ ମୃତ୍ୟୁ ପରେ ରକ୍ତମୁଖା ହୋଇପଡିଛି ଋଷ । ଋଷ ସ୍ପଷ୍ଟ କରିଛି ଇଗୋର୍ ମୃତ୍ୟୁର ପ୍ରତିଶୋଧ ନିଆଯିବ । ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି । ୟୁକ୍ରେନ୍ ବିରୋଧରେ ବଡ ପଦକ୍ଷେପ ଉଠାଇପାରେ ଋଷ । ପୂର୍ବରୁ ପରମାଣୁ ଆକ୍ରମଣ ପାଇଁ ବାରମ୍ବାର ଧମକ ଦେଇଆସିଛି ଋଷ । କିନ୍ତୁ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ପଦକ୍ଷେପ ଉଠାଇନାହାଁନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । କିନ୍ତୁ ଇଗୋରଙ୍କ ମୃତ୍ୟୁ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ଋଷ ।

ଇଗୋରର ହତ୍ୟାକୁ ନେଇ ୟୁକ୍ରେର ସ୍ପଷ୍ଟିକରଣ :
ତେବେ ଇଗୋରଙ୍କ ହତ୍ୟାକୁ ନେଇ ସ୍ପଷ୍ଟିକରଣ ରହିଛି ୟୁକ୍ରେନ୍ । ଏସବିୟୁ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଇଗୋରକୁ ହତ୍ୟା କରିବା ପାଇଁ ୟୁକ୍ରେନ ସ୍ପେଶାଲ ଅପରେସନ୍ ଆରମ୍ଭ କରିଥିଲା । ଏସବିୟୁର ଜଣେ ଅଧିକାରୀ କହିଛନ୍ତି, ଇଗୋର ଜଣେ ଯୁଦ୍ଧ ଅପରାଧୀ ଥିଲେ । କାରଣ ସେ ୟୁକ୍ରେନ୍ ବିରୋଧରେ ଅବୈଧ ରସାୟନିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବା ପାଇଁ ଆଦେଶ ଦେଇଥିଲେ ।  

କେମିତି ରଚାଯାଇଥିଲା ଷଡଯନ୍ତ୍ର : ଗତ ମଙ୍ଗଳବାର ଦିନ ଏକ ବଡ ବିସ୍ଫୋରଣରେ ଇଗୋରଙ୍କ ମୃତ୍ୟୁ ହୋଇଛି । ଇଗୋରଙ୍କୁ ହତ୍ୟା କରିବା ପାଇଁ ଏକ ଇଲେକ୍ଟ୍ରିକ୍ ସ୍କୁଟରର ବ୍ୟବହାର କରାଯାଇଥିଲା । ସକାଳୁ ସକାଳୁ ଯେତେବେଳେ ଇଗୋର ଘରୁ ବାହାରୁଥିଲେ, ସେତେବେଳେ ବିଲ୍ଡିଂ ଆଗରେ ଏକ ଇଲେକ୍ଟ୍ରିକ୍ ସ୍କୁଟରରେ ବଡ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଇଗୋର୍ ଏବଂ ତାଙ୍କ ସହଯୋଗୀଙ୍କ ମୃତ୍ୟୁ ହୋଇଛି । 

କିଏ ଥିଲେ ‘ଇଗୋର୍’: ୫୪ବର୍ଷୀୟ ଲେପ୍ଟିନାଣ୍ଟ୍ ଜେନାରାଲ ଇଗୋର୍ ୨୦୧୭ରୁ ଋଷ ସେନାର ରେଡିଓଲୋଜିକାଲ୍, କେମିକାଲ୍ ଓ ବାୟୋଲୋଜିକାଲ୍ ଡିଫେନ୍ସ ଫୋର୍ସର ନେତୃତ୍ୱ ନେଇଆସୁଥିଲେ । ଗତ କିଛି ଦିନ ତଳେ ୟୁକ୍ରେନରେ କେମିକାଲ ଅସ୍ତ୍ରଶସ୍ତ୍ର ବ୍ୟବହାର ଅଭିଯୋଗରେ ଇଗୋର ଓ ତାଙ୍କ ୟୁନିଟକୁ ବ୍ୟାନ୍ କରିଥିଲା ବ୍ରିଟେନ୍ । ୟୁକ୍ରେନ୍ ଉପରେ ଅନେକ ସମୟରେ ରସାୟନୀକ ଅସ୍ତ୍ର ବ୍ୟବହାର କରିଥିବା ଅଭିଯୋଗ ରହିଥାଲା ଇଗୋରଙ୍କ ଉପରେ ।