ଦ୍ରୁତ ଗତିରେ ତଳକୁ ଖସିଲା ସେନସେକ୍ସ

ଦ୍ରୁତ ଗତିରେ ତଳକୁ ଖସିଲା ସେନସେକ୍ସ

ଲଗାତାର ତଳକୁ ଖସିଚାଲିଥିବା ଭାରତୀୟ ସେୟାର ବଜାରରେ ଆଜି ଏକ ଆଶାର କିରଣ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ହେବ ବିୟର୍ ରାଜୁତି କରିଆସୁଥିବା ବେଳେ ଆଜି ବୁଲ୍ ମାର୍କେଟକୁ ଉପରକୁ ଉଠାଇନେଇଥିଲା । ନିବେଶକଙ୍କ ମନରେ ଏକ ନୂଆ ଆଶା ଜାଗ୍ରତ ହେଉଥିଲା । କିନ୍ତୁ ଏହି ଖୁସି ଖୁବ୍ କମ୍ ସମୟ ପାଇଁ ଥିଲା । 

ମାର୍କେଟ୍ ଓପନ୍ ହେଉ ହେଉ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିଏସି(ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ) ସେନସେକ୍ସ ୪୦୦ ପଏଣ୍ଟ ଉପରେ ଓପନ୍ ହୋଇଥିବା ବେଳେ, ନିଫ୍ଟି ୧୦୦ ପଏଣ୍ଟ୍ ଉପରେ ଖୋଲିଥିଲା । ଏହା ନିବେଶକଙ୍କ ମନରେ ବେଶ୍ ଉତ୍ସାହ ଭରିଥିଲା । କିନ୍ତୁ ମାତ୍ର ଅଧ ଘଣ୍ଟାର କାରବାର ପରେ ବାଜି ପଲଟିଯାଇଥିଲା । ବାୟର ଉପରେ ପୁଣି ସେଲର ହାବି ହୋଇଥିବା ଦେଖିବାରୁ ମିଳିଥିଲା । ମାର୍କେଟ୍ ଯେଉଁଭଳି ଭାବେ ଲମ୍ପ ପ୍ରଦାନ କରିଥିଲା, ତା’ଠୁ ଅଧିକ ଗତିରେ ତଳକୁ ଖସିଆସିଥିବା ଦେଖିବାକୁ ମିଳିଛି । 

ଗତ ଶୁକ୍ରବାର କାରବାର ବନ୍ଦ ହେବା ସାଙ୍ଗକୁ ବିଏସସି ସେନସେକ୍ସ ୭୩,୧୯୮.୧୦ ଅଙ୍କରେ କ୍ଲୋଜ୍ ହୋଇଥିଲା । ସୋମବାର ବିଏସସି ସେନସେସ୍କ ପାଖାପାଖି ୪୦୦ ପଏଣ୍ଟ ୭୩.୪୨୭.୬୫ ସ୍ତରକୁ ଛୁଇଁ ପୁଣି କେଇ ମିନିଟ୍ ମଧ୍ୟରେ ତଳକୁ ଖସିଆସିଛି । ସେହିପରି ନିଫ୍ଟି-୫୦ ଶୁକ୍ରବାର ୨୨,୧୨୪.୭୦ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ସୋମବାର ୨୨,୧୯୪.୫୫ ସ୍ତରରେ ଖୋଲିଥିଲା । କିନ୍ତୁ ସେନସେକ୍ସ ଭଳି ମାତ୍ର କେଇ ମିନିଟ୍ ଟ୍ରେଡ୍ କରିବା ପରେ ତଳକୁ ଖସିଆସିଛି ।