ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

 କୋଣାର୍କ: କୋଣାର୍କ କଲ୍ୟାଣ ମଣ୍ଡପ ପରିସରରେ ସୋମବାର କୋଣାର୍କ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ପରିଷଦର ସଭାପତି ନରେନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଆୟୁଷ ଡାକ୍ତର ବିଧୂଭୁଷଣ ନାୟକ, ଅବସରପ୍ରାପ୍ତ ପ୍ରଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ, ଉପସଭାପତି ହରିଶ୍ଚନ୍ଦ୍ର ଦାଶ, ସମ୍ପାଦକ କାମଦେବ ବିଶ୍ୱାଳ, ହୃଦାନନ୍ଦ ମହାନ୍ତି, କୋଣାର୍କ ଥାନା ଏଏସ୍ଆଇ ସନ୍ତୋଷ କୁମାର ସାହୁ, ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସବୁ କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯିବା ଆବଶ୍ୟକ ବୋଲି କହିଥିଲେ । ପ୍ରାୟ ୪୦ ଜଣ ବରିଷ୍ଠ ନାଗରିକଙ୍କୁ ଏହି କାର୍ଯ୍ୟକ୍ରମରେ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ରାମକୃଷ୍ଣ ମହାନ୍ତି ସଞ୍ଚାଳନ କରିଥିଲେ ।