ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ ସଫେଇ ଅଭିଯାନ
ଜଟଣୀ : ଦେଶବ୍ୟାପୀ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ଅଭିଯାନ ଆଧାରରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଏହାର କ୍ଷେତ୍ରାଧିକାରରେ ଏକ ବ୍ୟାପକ ସଫେଇ ଅଭିଯାନ ଆରମ୍ଭ କରିଛି । ଏଥିରେ ପରିମଳ, ଅଳିଆ ପୃଥକୀକରଣ ଏବଂ ପରିବେଶ ଅନୁକୂଳ ନିଷ୍କାସନ ପଦ୍ଧତିରେ ସର୍ବୋତ୍ତମ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ସଫେଇ କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ରେଳ କର୍ମଚାରୀଙ୍କ ପାଇଁ ଏକ ଉସôର୍ଗୀକୃତ ସଫେଇ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା । ଅଧିବେଶନରେ ରେଳ ପରିସରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ବ୍ୟାପକ ସଫେଇ ଏବଂ ପ୍ରତିରୋଧକ ପଦକ୍ଷେପର ଗୁରୁତ୍ୱ ସମ୍ବନ୍ଧରେ ଗୁରୁତ୍ୱାରୋପ କରାଯାଇଥିଲା । ସ୍ୱଚ୍ଛତା ଅଭିଯାନରେ ଷ୍ଟେସନ୍ ପରିସର, କାର୍ଯ୍ୟାଳୟ ପ୍ରତିଷ୍ଠାନ, ରେଳ ଟ୍ରାକ୍, ପ୍ଲାଟଫର୍ମ ଏବଂ ଚଳପ୍ରଚଳ (ସର୍କୁଲେଟିଂ) ଅଞ୍ଚଳ, ରେଳ କଲୋନି ଇତ୍ୟାଦିକୁ ନେଇ ଏକ ବଡ଼ ଧରଣର ସଫେଇ ଅଭିଯାନ କରାଯାଉଛି । ରେଳ ଯାତ୍ରୀଙ୍କ ସ୍ୱଚ୍ଛତା ବଜାୟ ରଖିବାକୁ, ନିର୍ଦ୍ଦିଷ୍ଟ ଡଷ୍ଟବିନ ବ୍ୟବହାର କରିବାକୁ ଏବଂ ସାର୍ବଜନୀନ ରେଳ ସ୍ଥାନଗୁଡ଼ିକରେ ଅଳିଆ ପକାଇବାରୁ ନିବୃତ୍ତ ରହିବାକୁ ଉସôାହିତ କରାଯାଇଛି । ସ୍ୱଚ୍ଛ ଭାରତ ଲକ୍ଷ୍ୟ ସହିତ ସମନ୍ୱୟ ରଖି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ରେଳ ପରିସରକୁ ସ୍ୱଚ୍ଛ, ସୁରକ୍ଷିତ ଏବଂ ଅଧିକ ଯାତ୍ରୀ-ଅନୁକୂଳ ଅଞ୍ଚଳ ଭାବରେ ପରିଣତ କରିବା ପାଇଁ ପ୍ରତିବଦ୍ଧ ।