ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ତାୱରଚନ୍ଦ ଗେହଲଟ, 
ରାଜ୍ୟପାଳ, କର୍ଣ୍ଣାଟକ 
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ମୁଁ ବହୁତ ପୂର୍ବରୁ ଜାଣିଛି  । ଅଟଳଜୀଙ୍କ ସରକାରରେ ସେ ମନ୍ତ୍ରୀ ଥିବା ବେଳେ ତାଙ୍କୁ ଅନେକ ଥର ଭେଟିଛି  । ତାଙ୍କର ଜୀବନ ଥିଲା ପ୍ରେରଣାଦାୟୀ  । ଜନସଂଘର କାର୍ଯ୍ୟକାଳ ସମୟରେ ବିଶେଷତଃ ଯେତେବେଳେ ଜନସଂଘର ନାମ ନେବା ପାଇଁ ଲୋକମାନେ ସଂକୋଚ ପ୍ରକାଶ କରୁଥିଲେ, ସେହି ସମୟରେ ସେ ଦେଶ ହିତରେ ସଂଘର୍ଷ କରୁଥିଲେ  । ତାଙ୍କ ଠାରୁ ମୁଁ ପ୍ରେରଣା ନେଇଛି  । ସବୁବେଳେ  ଶାନ୍ତିପ୍ରିୟ ଓ ପ୍ରେରଣାଦାୟୀ ବାର୍ତ୍ତା ମାଧ୍ୟମରେ ଆମ୍ଭମାନଙ୍କୁ ସେ ମାର୍ଗଦର୍ଶନ ଦେଉଥିଲେ  ।
ନାୟବ ସିଂହ, ମୁଖ୍ୟମନ୍ତ୍ରୀ, ହରିୟାଣା 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ଜୀବନ ଖୋଲା ପୁସ୍ତକ ଭଳି  ଥିଲା  । ଡାକ୍ତର ଓ ଜନପ୍ରତିନିଧି ଭାବେ ଲମ୍ବା ସମୟ ଧରି ସେ ସମାଜସେବା କରିଥିଲେ  ପାର୍ଟିକୁ ଆଗକୁ ବଢାଇବାର ସେ କାମ କରିଛନ୍ତି  । ଯେଉଁ ସମୟରେ କାର୍ଯ୍ୟକର୍ତ୍ତାମାନେ ଭୋକରେ ରହି ଦଳ ପାଇଁ କାମ କରୁଥିଲେ, ସେ ସମୟରେ ଡା. ପ୍ରଧାନ ଦଳର ସେବା କରୁଥିଲେ  । ଫଳସ୍ୱରୂପ ଆଜି ବିଜେପି ବଟବୃକ୍ଷର ରୂପ ନେଇଛି  ।
ବ୍ରିଜେଶ ପାଠକ, ଉପ ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶ 
ଡା ଦେବେନ୍ଦ୍ର ପ୍ରଧାନ ସାରା ଜୀବନ ବିଜେପିର ସଂଗଠନକୁ ମଜଭୂତ୍ କରିବା କାମରେ ଲାଗିଥିଲେ  । ତାଙ୍କର ଆଚରଣ ଆଜିର ଯୁବକଙ୍କ ପାଇଁ ପ୍ରେରଣାର ସ୍ରୋତ  । ଆମେ ସମସ୍ତେ ଦେବେନ୍ଦ୍ର ପ୍ରଧାନଙ୍କ ଆଦର୍ଶ ମାନି ବିଜେପିର ସଂଗଠନକୁ ଆଗକୁ ବଢାଇବା ପାଇଁ ଆମର ଯୋଗଦାନ ନିରନ୍ତର ଜାରି ରଖିବୁ  ।
କେ ଭି ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ 
ଡା. ଦେବେନ୍ଦ୍ର ପ୍ରଧାନ ଯେତେବେଳେ ୧୯୮୯ରେ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେ, ମୁଁ ସେ ସମୟରେ ତାଙ୍କ ନେତୃତ୍ୱରେ ମୋର ରାଜନୀତି ଜୀବନ ଆରମ୍ଭ କରିଥିଲି  । ମୁଁ ଲମ୍ବା ସମୟ ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି  । ଡା. ପ୍ରଧାନ ସରଳ ସ୍ୱଭାବର ମଣିଷ ଥିଲେ  । ଯେଉଁ ସମୟରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଥିଲା, ସେ ସମୟରୁ ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି  । ଅଟଳଜୀଙ୍କ ସରକାରରେ ମନ୍ତ୍ରୀ ହେବା ପରେ ଜାତୀୟ ରାଜପଥ ବୃଦ୍ଧି କରିବାରେ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଥିଲା ବହୁତ  । 
ଗଜେନ୍ଦ୍ର ସିଂହ ଶେଖାୱତ୍, କେନ୍ଦ୍ରମନ୍ତ୍ରୀ
ଡା. ଦେବେନ୍ଦ୍ର ପ୍ରଧାନ ଜୀବନରେ ଗୋଟିଏ ବିଚାରକୁ ଧ୍ୟେୟ କରିଥିଲେ  ।  ତାଙ୍କର ଜୀବନ ଓଡ଼ିଶାର ସେବା ପ୍ରତି ସମର୍ପିତ ଥିଲା  । ଓଡ଼ିଶାବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସେ ଆଜୀବନ ସାଧନା କରିଥିଲେ  । ତାଙ୍କର ସେହି ସଂସ୍କାରରେ ପ୍ରେରିତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ବଢୁଛନ୍ତି  । ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି  । 
ଏସ.ପି ସିଂହ ବାଘେଲ, କେନ୍ଦ୍ରମନ୍ତ୍ରୀ
ଡା. ଦେବେନ୍ଦ୍ର ପ୍ରଧାନ ୧୨ତମ ଏବଂ ୧୩ତମ ଲୋକସଭାର ସଦସ୍ୟ ଥିବା ବେଳେ ମୁଁ ତାଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିଲି  । ସେ ଜଣେ ସୁବକ୍ତା, କୁଶଳ ପ୍ରଶାସକ ଏବଂ ସମର୍ଥ କାର୍ଯ୍ୟକର୍ତ୍ତା ଥିଲେ  । କେବଳ ଓଡ଼ିଶା ନୁହେଁ, ବରଂ ସାରା ଭାରତବର୍ଷରେ ମନ୍ତ୍ରୀ ସମେତ ବିଭିନ୍ନ ଦାୟିତ୍ୱ ପଦରେ ରହି ଅନେକ ଦାୟିତ୍ୱ ନିର୍ବାହ କରିଛନ୍ତି  । ଓଡ଼ିଶା ବିଜେପିର ସଭାପତି ଦାୟିତ୍ୱରେ ଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ମଜଭୂତ୍ ହୋଇଛି  । ଓଡ଼ିଶାରେ ବିଜେପି ସରକାର ଗଠନରେ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି  ।  
ଜୟନ୍ତ ସିଂହ ଚୌଧୁରୀ, କେନ୍ଦ୍ରମନ୍ତ୍ରୀ
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନ ଜଣେ ଦକ୍ଷ ନେତୃତ୍ୱ  । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ସେ ବହୁ ନିକଟରୁ କାମ କରିଛନ୍ତି  । ଡା. ଦେବେନ୍ଦ୍ର ପ୍ରଧାନଙ୍କ ମୂଳ ଚରିତ୍ର ଓ ସ୍ୱଭାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ରହିଛି  ।
କୃଷ୍ଣ ପାଲ ଗୁର୍ଜ୍ଜର, କେନ୍ଦ୍ରମନ୍ତ୍ରୀ
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନ ଆଜୀବନ ଦେଶ ଓ ସମାଜର ସେବାରେ ନିଜକୁ ଉସôର୍ଗୀକୃତ କରିଥିଲେ  । ଓଡ଼ିଶାର ବିକାଶରେ ତାଙ୍କର ଯୋଗଦାନ ଅବର୍ଣ୍ଣନୀୟ  । ସେହି ସଂସ୍କାରରେ ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଦେଶ, ସମାଜ ତଥା ଓଡ଼ିଶାର ବିକାଶ ପାଇଁ ସବୁବେଳେ ଆଗଭର ଅଛନ୍ତି  । ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛି  ।
ଗିରିଶ ଚନ୍ଦ୍ର ଯାଦବ, ରାଷ୍ଟ୍ର ମନ୍ତ୍ରୀ, ୟୁପି
ଡା ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ଅନେକ ଐତିହାସିକ କାମ କରିଥିଲେ  । ତାଙ୍କ ଜୀବନ ଜନସେବା ପାଇଁ ସମର୍ପିତ ଥିଲା  । ଦେଶର ଉନ୍ନତି ପାଇଁ ସେ ସର୍ବଦା କାମ କରିଥିଲେ  ।  
ବେବି ରାଣି ମୌର୍ଯ୍ୟ, ମନ୍ତ୍ରୀ, ୟୁପି
ଡା. ଦେବେନ୍ଦ୍ର ପ୍ରଧାନ ଥିଲେ ଯୋଗ୍ୟ କୁଶଳ ନେତୃତ୍ୱ  । ଆମ ପରି ଅନେକ ନେତୃତ୍ୱଙ୍କୁ ଆଗକୁ ନେବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ  ।
ସଞ୍ଜୟ ସିଂହ ଗଙ୍ଗୱାର, ମନ୍ତ୍ରୀ, ୟୁପି
ବାବୁଜୀଙ୍କ ସ୍ୱର୍ଗବାସରେ ମୁଁ ବ୍ୟଥିତ  । ଆମେ ଆମ ପ୍ରଦେଶରେ ବାବୁଜୀଙ୍କ ବିୟୋଗରେ ଏକ ଶୋକସଭା ଆୟୋଜନ କରିଥିଲୁ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା  ।
ଗୋବନ୍ଦ ନାରାୟଣ ଶୁକ୍ଲା, ୟୁପି
 ଦେବେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଭାବରେ ସମାଜ ପାଇଁ ବହୁତ କାମ କରିଛନ୍ତି  । ତାଙ୍କର ବିୟୋଗ ଆମ ପାଇଁ ବଡ କ୍ଷତି  । ସାରା ଦେଶରେ ନିଜ କାମର ଛାପ ଛାଡିଛନ୍ତି  । ତାଙ୍କ ଭଳି ଜନପ୍ରତିନିଧି ମିଳିବା ବିରଳ  । 
ଯଶବନ୍ତ ସିଂହ ସାଇନୀ, ରାଷ୍ଟ୍ର ମନ୍ତ୍ରୀ, ୟୁପି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଥିଲେ ଜଣେ ଦକ୍ଷ ନେତୃତ୍ୱ  । ତାଙ୍କର କାର୍ଯ୍ୟ କରିବାର ଶୈଳୀ ଥିଲା ସ୍ୱତନ୍ତ୍ର  । ଅମର ଆତ୍ମାର ସଦଗତି କାମନା କରୁଛି  । 
ଅରବିନ୍ଦ କୁମାର ଶର୍ମା,ମନ୍ତ୍ରୀ, ହରିୟାଣା 
ଡା. ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବିଜେପିର ବିଶେଷ ସମ୍ମାନ ରହିଥିଲା  । ଓଡ଼ିଶାକୁ ଆଗକୁ ବଢାଇବା ସହ ଦେଶକୁ ମଜଭୂତ୍ କରିବା ଦିଗରେ ତାଙ୍କର ଚିନ୍ତାଧାରା ଥିଲା ସ୍ୱତନ୍ତ୍ର  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପିତାଙ୍କ ସଂସ୍କାରରେ ଓଡ଼ିଶା ଓ ଦେଶକୁ ସଶକ୍ତ କରିବା ପାଇଁ ଆଗକୁ ବଢୁଛନ୍ତି  ।
ମଞ୍ଜିଦର ସିଂହ ସିର୍ସା, ମନ୍ତ୍ରୀ, ଦିଲ୍ଲୀ   :
ଡା. ଦେବେନ୍ଦ୍ର ପ୍ରଧାନ ଛୋଟ କାର୍ଯ୍ୟକର୍ତ୍ତାରୁ ପ୍ରଦେଶ ସଭାପତି ଭାବରେ ଯେଉଁ କାମ କରିଛନ୍ତି, ପାର୍ଟିର ବିଚାରଧାରାକୁ ବଢାଇବା ଦିଗରେ ଯେଉଁ କାମ କରିଛନ୍ତି, ସେହି କାରଣରୁ ଆଜି ଓଡ଼ିଶାରେ ବିଜେପି ସରକାର କରିଛି  । ତାଙ୍କ ଆଦର୍ଶରେ ପାର୍ଟି ଦେଶ ଓ ସମାଜ ପାଇଁ କାମ କରିବ  ।
ତେଜ୍ ପାଲ ସିଂହ , ବିଧାୟକ, ୟୁପି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ମୋତେ ବହୁତ ଦୁଃଖ ଦେଇଛି  । ଈଶ୍ୱର ତାଙ୍କ ଅମର ଆତ୍ମାର ସଦଗତି କାମନା କରନ୍ତୁ  । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି  ।
ସତିଶ ଉପାଧ୍ୟାୟ, ବିଧାୟକ, ଦିଲ୍ଲୀ 
ଏକ ସଂଗଠନ ଶିଳ୍ପୀ ଭାବେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାରେ ବଡ ଯୋଗଦାନ ରହିଛି  । ବାଜପେୟୀଙ୍କ ସରକାରରେ ସେ ମନ୍ତ୍ରୀ ଥିଲେ  । ସେହି ସମୟରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଭାବରେ ତାଙ୍କୁ ଭେଟିଥିଲି  । ତାଙ୍କ ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଦ୍ୟାର୍ଥୀ ପରିଷଦର କାମ କରିବାର ଅବସର ମିଳିଥିଲା  । ଓଡ଼ିଶା ସମେତ ଦେଶର ସଂଗଠନକୁ ମଜଭୂତ୍ କରିବାରେ ଡା. ପ୍ରଧାନଙ୍କ ଜୀବନ ଯାତ୍ରା ଆମ ପାଇଁ ପ୍ରେରଣାର ସ୍ରୋତ  ।
ରାମେଶ୍ୱର ଶର୍ମା, ବିଧାୟକ, ମଧ୍ୟପ୍ରଦେଶ 
ଡା. ଦେବେନ୍ଦ୍ର ପ୍ରଧାନ ବିଜେପି ପାଇଁ ନିରନ୍ତର ସଂଘର୍ଷ କରିବା ସହ ରାଷ୍ଟ୍ରବାଦୀ ବିଚାରଧାରାକୁ ବଢାଇଥିଲେ  । ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ସେ ଅନେକ ଦାୟିତ୍ୱ ନେଇଥିଲେ  । ତାଙ୍କର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାର ସମଗ୍ର ଓଡ଼ିଶା ସମେତ ଦେଶ ପାଇଁ କାମ କରୁଛନ୍ତି  । ଡା. ପ୍ରଧାନଙ୍କ ଜୀବନଯାତ୍ରା ଆମ ପାଇଁ ପ୍ରେରଣା  । ତାଙ୍କ ଭଳି ନେତା ଭାରତର ଭୂମିରେ ଜନ୍ମ ନେବା ବିରଳ  । 
ପଣ୍ଡିତ ମୋହନ ଲାଲି, ହରିୟାଣା :
ଡା. ଦେବେନ୍ଦ୍ର ପ୍ରଧାନ ରାଜ୍ୟ ଓ ଦେଶ ପାଇଁ ଅନେକ କାମ କରିଛନ୍ତି  । ଓଡ଼ିଶାରେ ବିଜେପି ଯେତେବେଳେ ଦୁର୍ବଳ ଥିଲା, ସେ ସମୟରେ ଡା. ପ୍ରଧାନ କାମ କରି ସଂଗଠନକୁ ମଜଭୂତ୍ କରିଥିଲେ  । ସେ ଅନେକ ଆଦିବାସୀ କ୍ଷେତ୍ରର ଲୋକଙ୍କୁ ପାର୍ଟି ସହ ଯୋଡିଥିଲେ  । ଆଜି ସେହି କାର୍ଯ୍ୟକର୍ତ୍ତାଙ୍କ ବଳରେ ପାର୍ଟି ମଜଭୂତ୍ ଭାବେ ଉଭା ହୋଇଛି  ।