ଖୋର୍ଦ୍ଧାରୋଡ ଅର୍ବାନ ବ୍ୟାଙ୍କ ଡାଇରେକ୍ଟର ହେଲେ ନିରଞ୍ଜନ 

 ଜଟଣୀ : ଅର୍ବାନବ୍ୟାଙ୍କରେ ଡାଇରେକ୍ଟର ପଦ ଦାୟିତ୍ୱ ଗ୍ରହଣ କରିଛନ୍ତି ନିରଞ୍ଜନ ମିଶ୍ର । ଶ୍ରମିକ କଂଗ୍ରେସ ମଣ୍ଡଳ ସହ ସଂଯୋଜକ ଶ୍ରୀ ମିଶ୍ର ଗତ ଡିସେମ୍ବର ମାସରେ ଖୋର୍ଦ୍ଧାରୋଡ ଅର୍ବାନବ୍ୟାଙ୍କ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରମେଶ ଚନ୍ଦ୍ର ସାହୁ ଓ ବ୍ୟାଙ୍କ ନିଦେ୍ର୍ଦଶକ ଜଗମୋହନ ଖୁଣ୍ଟିଆଙ୍କ ଉପସ୍ଥିତିରେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ମିଡିଆ ପ୍ରଭାରୀ ଏଲଡି ମହାନ୍ତି, କେନ୍ଦ୍ରୀୟ ପଦାଧିକାରୀ ପ୍ରମୋଦ ସାହାଣୀ, ଏମଜିକେ ରାଓ, ସୁବ୍ରତ ପଣ୍ଡା, ଖୋର୍ଦ୍ଧାରୋଡ ରନିଙ୍ଗ ଷ୍ଟାଫ ସଙ୍ଘ ସଭାପତି ପିକେ ଦାସ ପ୍ରମୁଖ ଉପସ୍ଥିତଥିଲେ । ବ୍ରାଞ୍ଚ ମ୍ୟାନେଜର ଏ ରାମା ରାଜା ରାଓ ନୂତନ ଡାଇରେକ୍ଟର ଶ୍ରୀ ମିଶ୍ର ଓ ଅନ୍ୟାନ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ସାହୁ କହିଛନ୍ତି ଅର୍ବାନ ବ୍ୟାଙ୍କ ନବକଳେବର ଚାଲିଛି, ଲୋନ ମାତ୍ରା ପର୍ଯାୟ କ୍ରମେ ତିରିଶ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି, ଋଣ ଉପରେ ସୁଧ ହ୍ରାସ, ଜମା ଉପରେ ସୁଧ ବୃଦ୍ଧି , ହୋଲିଡେ ହୋମକୁ ତିନି ତାରକା ହୋଟେଲ ମାନ୍ୟତା ଆଦି ଲୋକାଭିମୁଖୀ ପଦକ୍ଷେପ ଆସନ୍ତା ଫେବୃଆରୀ ୫ ତାରିଖରେ ନିଆଯିବ ବୋଲି ସ୍ପଷ୍ଟ କରିଥିଲେ ।