କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ବିରୋଧରେ ବିକ୍ଷୋଭ 

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସମ୍ବିତ ମଙ୍ଗରାଜଙ୍କ ନେତୃତ୍ୱରେ ଜଟଣୀ ନଗର ସଭାପତି ଅଶୋକ ମଙ୍ଗରାଜ ତତ୍ତ୍ୱାବଧାନରେ ସମ୍ବିଧାନର ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଅପମାନ ଜନିତ ମନ୍ତ୍ୟବ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ସାହା ଲୋକସଭାରେ ଦେଇ ଥିବା ପ୍ରତିବାଦରେ ଜଟଣୀ ବସଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଶୋଭାଯାତ୍ରା ବାହାରି କ୍ଷମା ପର୍ଥନା କରନ୍ତୁ ଅଥବା ଇସ୍ତଫା ଦିଅନ୍ତୁ ଦାବିରେ ହାରିଭାଇନା ଛକ ମୁଖ୍ୟ ରାସ୍ତାରେ କୁଶପୁତ୍ତଳିକା ଦାହ କରାଯାଇଥିଲା । କାର୍ଯ୍ୟକ୍ରମରେ ନାରୀନେତ୍ରୀ ନିରୁପମା ପାତ୍ର, ସତ୍ୟଭାମା ସ୍ୱାଇଁ, କଂଗ୍ରେସ ନେତା ବୃନ୍ଦାବନ ସାହୁ, ଶିବ ପ୍ରସାଦ ଦାସ, ଦିଲୀପ ପ୍ରଧାନ, ଜିତେନ୍ଦ୍ର ବରାଳ, ପ୍ରତାପ ବରାଳଙ୍କ ସମେତ ବହୁ ଯୁବ କଂଗ୍ରେସ,ମହିଳା ଯୋଗ ଦେଇଥିଲେ ।