ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର ସମ୍ବର୍ଦ୍ଧନା
ରାଜକନିକା: ରାଉତବର୍ତ୍ତନୀ ପ୍ରାଥମିକ ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ଅହଲ୍ୟା କୁମାରୀ ବିଶ୍ୱାଳଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସହକାରୀ ଶିକ୍ଷୟତ୍ରୀ ମାନସୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ତେନ୍ତୁଳିକୋଳି ଆଞ୍ଚଳିକ ସାଧନା କେନ୍ଦ୍ରର ସିଆରସିସି ବୀରେନ୍ଦ୍ର କୁମାର ରାଉତ ଓ ସନମ୍ମାନିତଅତିଥି ଶିକ୍ଷୟିତ୍ରୀ ସତ୍ୟଭାମା ନାୟକ, ଶିକ୍ଷକ ରଜତ ନାୟକ, ଦୁଷ୍ମନ୍ତ ମଲ୍ଲିକ ପ୍ରମୁଖ ଯୋଗଦେଇ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱାଳ କିପରି ଦୀର୍ଘ ୩୫ବର୍ଷ ଛାତ୍ରଛତ୍ରୀଙ୍କୁ ଉତ୍ତମ ଶିକ୍ଷା ଦାନ ସହିତ ନିଜ କର୍ତ୍ତବ୍ୟକୁ ତୁଲାଉ ଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ରାଉତ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।