ଖ୍ରୀଷ୍ଟ କଲେଜରେ ଷ୍ଟାର୍ଟଅପ୍ କର୍ମଶାଳା 

 କଟକ:   ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଦଶକ୍ରମେ ଖ୍ରୀଷ୍ଟ କଲେଜରେ ଇନୋଭେସନ ଓ ଷ୍ଟାଟଅପ ବିଷୟରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ମଧୁମିତା ପାତ୍ର ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ପ୍ରାଧ୍ୟାପକ ଶୋଭନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ବାଣିଜ୍ୟ ବିଭାଗ ମୁଖ୍ୟ ସୁବ୍ରତ ବଳ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆଇକୁ୍ୟଏସିର ସହ ସଂଯୋଜକ ଡ ଦିଲୀପ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଡ ସୁବ୍ରତ ସାମନ୍ତରାୟ, ଡ ପ୍ରଦୀପ୍ତ ପତି, ଡ ପ୍ରଦୁ୍ୟମ୍ନ ଦାଶ, ଡ ଦୀପକ ଦାଶ, ଡ ସଂଜୀବ ବିଶ୍ୱାସ, ଡ ମଙ୍ଗରାଜ ପାତ୍ର, ଡ ସଂଜୁ ଶର୍ମା, ଅଧ୍ୟାପକ ସତ୍ୟବ୍ରତ ମିଶ୍ର, ଅଧ୍ୟାପିକା ପି୍ରୟଦର୍ଶିନୀ ପ୍ରଧାନ, ଅଧ୍ୟାପକ ସୁବାଶିଷ ଦାଶ ପ୍ରମୁଖ କର୍ମଶାଳାକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାର୍ଥୀଙ୍କ ଭିତରେ ଇନୋଭେସନ ଓ ଷ୍ଟାଟଅପ ସମ୍ବନ୍ଧୀୟ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।