ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ ରବିନାରାୟଣ

 ଭୁବନେଶ୍ୱର : ଇଂରାଜୀ ନବବର୍ଷ ୨୦୨୫ ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ରାଜ୍ୟର ଉତ୍ତରୋତ୍ତର ଉନ୍ନତି ପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା' ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ‘ବିକଶିତ ଗ୍ରାମ: ବିକଶିତ ଓଡ଼ିଶା: ବିକଶିତ ଭାରତ'ର ଲକ୍ଷ୍ୟ ପ୍ରାପ୍ତି ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ନିଷ୍ଠାପର ପ୍ରୟାସ ଜାରି ରଖିବେ ବୋଲି ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି । ରାଜ୍ୟର ଉନ୍ନତି ଓ ପ୍ରଗତି ସହ ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ବୃଦ୍ଧି ପାଇଁ ଆନ୍ତରିକତାର ସହ ପ୍ରତି ଓଡ଼ିଶାବାସୀ ନିଜ ନିଜ ସ୍ତରରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ନାଏକ ଆହ୍ୱାନ ଦେଇଛନ୍ତି ।