ବେତନଟୀ କଲେଜର  ପ୍ରତିଷ୍ଠା ଦିବସ

ବେତନଟୀ: ବେତନଟୀ କଲେଜର ୪୮ ତମ ପ୍ରତିଷ୍ଠା ଦିବସ କଲେଜର ଅଧ୍ୟକ୍ଷ ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି  । ଏହି ଅବସରରେ ବେତନଟୀ କଲେଜର ପ୍ରାକ୍ତନ ଛାତ୍ର ତଥା ଜାତୀୟ ସେବା ସଂସ୍ଥାର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଡ଼. ରମାକାନ୍ତ ମହାନ୍ତିଙ୍କ ମାତା ସାବିତ୍ରୀ ମହାନ୍ତିଙ୍କ ନାମରେ ଗଠିତ "ସାବିତ୍ରୀ ଏଜୁକେସନ ଟ୍ରଷ୍ଟ’ ପକ୍ଷରୁ ୯ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା  । ମହୁଲିଆ ସରକାରୀ ପ୍ରାଥମିକ ସ୍କୁଲର ଜ୍ୟୋତ୍ସ୍ନା ମହାନ୍ତି, କୋଚିଳାଖୁଣ୍ଟା ହାଇସ୍କୁଲର ମଧୁସ୍ମିତା ଦାସ, ସୁବାସିନୀ ଜେମାମଣି ହାଇସ୍କୁଲ, ଯୋଗିନୁଆର ଗାୟତ୍ରୀ ମହାନ୍ତି, ବେତନଟୀ କଲେଜର +୨ କଳା ବିଭାଗର ଛାତ୍ରୀ ଜ୍ୟୋତ୍ସ୍ନାରାଣୀ ବିନ୍ଧାଣି, ବିଜ୍ଞାନ ବିଭାଗର ଛାତ୍ରୀ ମନୋରମା ପରିଡ଼ା, ବାଣିଜ୍ୟ ବିଭାଗର ଛାତ୍ର ଦୁର୍ଗା ପ୍ରସାଦ ବେହେରା, +୩ ବିଜ୍ଞାନର ଛାତ୍ରୀ ଖୁସିରାଣୀ ସାହୁ, କଳା ବିଭାଗର ରଶ୍ମିତା ବାସ୍କ, ବାଣିଜ୍ୟ ବିଭାଗର ଛାତ୍ର ଜିତୁ ବିନ୍ଧାଣି  । ଗତ ବାର୍ଷିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଥିବାରୁ ସମସ୍ତଙ୍କୁ ମାନପତ୍ର, ପ୍ରାକୃତିକ ଚିକିତ୍ସା ପୁସ୍ତକ ଏବଂ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା  । ଏଥିରେ ମୁଖ୍ୟଅତିଥି ଭାବେ ବଡ଼ସାହି ନିର୍ବାଚନ ମଣ୍ଡଳୀ ବିଧାୟକ ସନାତନ ବିଜୁଳି, ସମ୍ମାନୀତ ଅତିଥି ଭାବେ ବେତନଟୀ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡ଼ା, ବେତନଟୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସଂଯୁକ୍ତା ଜୀ, ମୁଖ୍ୟବକ୍ତା ଭାବେ ଶ୍ରୀରାମଚନ୍ଦ୍ର କଲେଜର ପ୍ରଫେସର ଡ଼. ପ୍ରମୋଦ ମହାପାତ୍ର, ବେତନଟୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ସନ୍ତୋଷ ମହାପାତ୍ର, ଶ୍ରୀମା ମହିଳା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶ୍ୟାମ ସୁନ୍ଦର ଦାସ, ବଡସାହି ପଞ୍ଚାୟତ ସମିତି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ଶିକ୍ଷାବିତ୍ ଡ. ଗଣେଶ୍ୱର ଭୋଇ, ଅଧ୍ୟାପିକା କଳ୍ପଲତା ବେହେରା ପ୍ରମୁଖ ଯୋଗ ଦେଇଥିଲେ  । ଏଥିରେ ସାବିତ୍ରୀ ଏଜୁକେସନ ଟ୍ରଷ୍ଟର ସଦସ୍ୟ ଉମାକାନ୍ତ ମହାନ୍ତି, ଶ୍ରୀକାନ୍ତ ମହାନ୍ତି, ରତିକାନ୍ତ ମହାନ୍ତି, ମହୁଲିଆ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଭାରତୀ ମହାନ୍ତି, କୋଚିଳା ଖୁଣ୍ଟା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ରାମଦେ ଟୁଡୁ, ଯୋଗିନୁଆ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅପର୍ଣ୍ଣା ସାହୁ ପ୍ରମୁଖ ସହଯୋଗ କରିଥିଲେ  ।