ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ହେବ ଧାନ ଚାଷ

ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ହେବ ଧାନ ଚାଷ

 ଡିଏଫଓ ସମ୍ମିଳନୀରେ ବନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ । ଆଦିବାସୀଙ୍କ ସହ ସଂଘର୍ଷ ବଦଳରେ ସମ୍ପର୍କ ଗଢ଼ିବା ଓ କ୍ଷେତ୍ର ପରିଦର୍ଶନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଏହି ଆଦିବାସୀ ମାନେ ଜଙ୍ଗଲ ବିଭାଗର ଇନଫରମର ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବନ ଅଧିକାରୀ ମାନଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତି ସହ ଯୋଡି ହୋଇଥିବା ଅଧିକାରୀ ମାଇଣ୍ଡ ଚେଞ୍ଜ କରନ୍ତୁ । କିଛି ଅଧିକାରୀଙ୍କ ଯୋଗୁଁ ଜଙ୍ଗଲ ବିଭାଗ ବଦନାମ ହେଉଛି ବୋଲି ସେ କହିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ ସହ ଏହାର ସୁରକ୍ଷା ଦିଗରେ କାମ କରିବାକୁ ଡିଏଫଓଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟରେ ଏକ ପେଡ ମା’ କେ ନାମ   କାର୍ଯ୍ୟକ୍ରମରେ  ୬ କୋଟି ୫୨ ଲକ୍ଷ ଗଛ ଲାଗିଛି । ଚଳିତ ବର୍ଷ ଆହୁରି ୧ କୋଟି ଗଛ ଲଗାଇବାକୁ ଯୋଜନା କରାଯାଇଛି । ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ । ବନ୍ୟଜନ୍ତୁ ଶିକାର ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାଘ, ହାତୀଙ୍କୁ ଶିକାରୀ ଶିକାର କରି ଚୋରା ଚାଲାଣ କରୁଛନ୍ତି । ୧୦ ବର୍ଷରେ ୭୭୯ଟି ହାତୀ ମରିଛନ୍ତି । ଯାହାକୁ ନେଇ ମୂଲ୍ୟବାନ ଜନ୍ତୁ ଜଙ୍ଗଲରେ ଜୀବିତ ରହିବା ଉପରେ ବଡ଼ ପ୍ରଶ୍ନ ଉଠିଛି । ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପରାମର୍ଶ ଦେଇଛନ୍ତି । ହାତୀ ମଣିଷ ଲଢେଇକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଙ୍ଗଲ ମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅନୁରୋଧ ପରେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ଭିତରେ ହେବ ଧାନ ଚାଷ । ବିଲ ତିଆରି କରି ଜଙ୍ଗଲରେ ରହୁଥିବା ଅଧିବାସୀଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।