ବିନା ସୂଚନା ଫଳକରେ ଚାଲିଛି ହଷ୍ଟେଲ ନିର୍ମାଣ

ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଳରାମପୁରସ୍ଥ ମୁକୁନ୍ଦପାତ୍ର କଲେଜ ନିକଟରେ ଏକ ହଷ୍ଟେଲ ନିର୍ମାଣକୁ ନେଇ  ସନେ୍ଦହ ସୃଷ୍ଟି ହୋଇଛି । ମୁକୁନ୍ଦପାତ୍ର ଡ଼ିଗ୍ରୀ କଲେଜ ପଛ ପଟକୁ ଏକ ବିଲ୍ଡିଂ ନିର୍ମାଣ ପାଇଁ କାମ ଆରମ୍ଭ ହୋଇଛି । ପ୍ରାୟ ୫ ମାସ ପୂର୍ବରୁ ଏଠାରେ ବାଲି, ଚିପ୍ସ, ଇଟା, ରଡ଼ ଆଦି ପଡ଼ି ରହିଥିଲା । ନିର୍ମାଣ ହେଉଥିବା ସ୍ଥାନଟି ଚିକିଟା ମାଟି ହୋଇଥିଲେ ମଧ୍ୟ ବର୍ଷା ପାଣିରେ ଏଠାରେ କାମ ଚାଲୁ ରହିଥିଲା । ଯାହାକି ବିଲ୍ଡିଂର ସ୍ଥାଇତ୍ୱକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ନିର୍ମାଣ ସ୍ଥାନରେ କୌଣସି ସୂଚନା ଫଳକ ନାହିଁ । ପ୍ରତ୍ୟେକ ପ୍ରକଳ୍ପ ପୂର୍ବରୁ ପ୍ରଥମେ ସୂଚନା ଫଳକ ଲଗାଇବାକୁ ସରକାରୀ ନିର୍ଦେଶ ରହିଥିବା ବେଳେ ଏଠାରେ କିଭଳି ବେଆଇନ କାମ କରାଯାଉଛି । ଜନସାଧାରଣଙ୍କୁ ଜାଣିବାର ଅଧିକାରକୁ ଅନ୍ଧାରରେ ରଖାଯାଉଥିବା କୁହାଯାଉଛି । ଯାହା ଫଳରେ ଠିକା ସଂସ୍ଥା କିଏ ଏହା କେଉଁ ଯୋଜନାରେ କାମ ହେଉଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ । ଅନୁସୂଚିତ ଜାତି ଏବଂ ଜନଜାତି ପିଲା ମାନଙ୍କ ପାଇଁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ଏହା ନିର୍ମାଣ କରାଯାଉଥିବା ଶୁଣିବାକୁ ମିଳୁଛି । ଏହାର ପିଲ୍ଲାର ଏବଂ ଡିପିସି କାମ ଅତି ନିମ୍ନମାନର ହୋଇଥିବା ଜଣାପଡ଼ୁଛି । ଚିକିଟା ମାଟି ଉପରେ ପାଣି ସକସକ ଅବସ୍ଥାରେ କଂକ୍ରିଟ କରାଯାଇଛି । ଯାହାକି ଅତି ଦୁର୍ବଳ ଏବଂ ନିମ୍ନମାନର ବୋଲି ଜଣାଯାଉଛି । ସମ୍ପୃକ୍ତ ଠିକାଦାର ଏହି ନିର୍ମାଣରେ ତୋଷାଳି ସିମେଣ୍ଟର ବ୍ୟବହାର କରୁଥିବା ଜଣାପଡିବା ପରେ କଲେଜ କର୍ତୃପକ୍ଷ ଏହାକୁ ନେଇ ପ୍ରତିବାଦ କରିଥିଲେ । ଢ଼ଳେଇ ନିର୍ମାଣ କାର୍ଯ୍ୟ କରାଯାଉଥିବା ସମୟରେ କୌଣସି ବିଭାଗୀୟ କର୍ମଚାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହେଉଛି । ନିର୍ମାଣ କାର୍ଯ୍ୟରେ ବ୍ୟବହାର ପାଇଁ ଗଛିତ ଥିବା ଲୁହା ରଡ଼ ପାଣି କାଦୁଅରେ ପଡ଼ି ରହି କଳଙ୍କି ଲାଗିଗଲାଣି । ଏହି ରଡ଼କୁ ବ୍ୟବହାର କଲେ ଏହା କାମର ମଜବୁତକୁ ନେଇ ଆଶଙ୍କା ରହିଛି । ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।