ଗଁଦିଆକୁ ଏନ୍ଏସି ମାନ୍ୟତା ପାଇଁ ଦାବି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମୁଖ୍ୟ କେନ୍ଦ୍ର ଅବିଭକ୍ତ ଗଁଦିଆ ପଞ୍ଚାୟତକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନ୍ଏସି)ର ମାନ୍ୟତା ପାଇଁ ଗଁଦିଆ ପଞ୍ଚାୟତ ସମିତି ସଭାଗୃହ ଠାରେ ଏକ ସର୍ବଦଳୀୟ ବୈଠକରେ ଦାବି ହୋଇଛି । ରାଘବ ଚନ୍ଦ୍ର ମହାରଣାଙ୍କର ତତ୍ତ୍ୱାବଧାନରେ ଓ ବରିଷ୍ଠ ନାଗରିକ ତଥା ପୂର୍ବତନ ସମିତି ସଭ୍ୟ ବିପିନି ବିହାରୀ ସିଂହଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗଦିଆ ଓ ପୋରଖୋଜ ଦ୍ୱୟ ଗ୍ରାମ ପଞ୍ଚାୟର ବିଭିନ୍ନ ରାଜନୈତିକ ବ୍ୟକ୍ତି, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ଯୁବ ଗୋଷ୍ଠୀମାନେ ଉପସ୍ଥିତ ରହିଥିଲେ । ୧୯୬୯ମସିହାରୁ ଉକ୍ତ ଅଞ୍ଚଳକୁ ଅର୍ବାନ ଶ୍ରେଣୀଭୁକ୍ତ ରାଜ୍ୟ ସରକାର କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହା ଏନ୍ଏସିରେ ପରିଣତ ହୋଇପାରିଲା ନାହିଁ । ଯାହାକୁ ନେଇ ଉକ୍ତ ବୈଠକ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷ ଧରି ବାରମ୍ବାର ରାଜ୍ୟ ସରକାରଙ୍କ ଠାରେ ଗଦିଆକୁ ଏନ୍ଏସିର ମାନ୍ୟତା ପାଇଁ ଦାବି ହୋଇ ଆସୁଥିଲେ ସୁଦ୍ଧା ତାହା ସଫଳ ହୋଇପାରିଲା ନାହିଁ । ଉକ୍ତ ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମଳୟ କୁମାର ସିଂହ, ପୋରୁହଖୋଜ ପଞ୍ଚାୟତର ସରପଞ୍ଚ ରତିକାନ୍ତ ସାହୁ, ଗଁଦିଆ ପଞ୍ଚାୟତ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦଣ୍ଡଧର ସାହୁ, ବରିଷ୍ଠ କଂଗ୍ରେସ ନେତା ଦମ୍ବୁର ଧର ସେଥି, ବରିଷ୍ଠ ନାଗରିକ ରାମଚନ୍ଦ୍ର ସାହୁ, ଜୟଦେବ ସାହୁ, ହଟନାଥ ରାଉତ,ଗୋପାଳ ଚନ୍ଦ୍ର ରାଉତଗୋବିନ୍ଦ ଚନ୍ଦ୍ର ସାହୁ ଗଁଦିଆ ପ୍ରେସ୍ କ୍ଲବ ସଭାପତି ମହେନ୍ଦ୍ର ସାହୁ, ସଭ୍ୟ ସୁଦାମ କୁମାର ସାହୁ, ବିଶ୍ୱମୋହନ ସାହୁ, ଯୁବ ସମାଜସେବୀ ସୁବ୍ରତ କୁମାର ସାହୁ, ତାପସ କୁମାର ରାଉତ ଅଜିତ ପ୍ରସାଦ ରାଉତ, ଆମ୍ବୁଜ କୁମାର ସାହୁ ନିରଞ୍ଜନ ଜେନା, ପ୍ରଭାକର ବେହେରା, ବିଦ୍ୟାଧରସାହୁ ମାନ କଅଁର ରାଜେଶ କୁମାର ବାରିକ,ବାପି ସାହୁ ରସାନନ୍ଦ ସାହୁ ନିର୍ମଳ କୁମାର ସାହୁଙ୍କ ସମେତ ଶତାଧିକ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ ।  ଉକ୍ତ ବୈଠକରେ ସର୍ବସମ୍ମତି ଭାବରେ ଏକ ସ୍ଥାୟୀ ପରିଚାଳନା କମିଟି ଗଠନ ପାଇଁ ପ୍ରସ୍ତାବ ଗୃହୀତ ହେବା ସହିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଠାରେ ଗଁଦିଆକୁ ନୂତନ ଏନ୍ଏସିର ମାନ୍ୟତା ପାଇଁ ଦାବି ଉପସ୍ଥାପନା କରାଯିବ ।