ଗଙ୍ଗା ଦଶହରା ପାଳିତ
କୁଆଖିଆ : ରସୁଲପୁର ବ୍ଲକ ଭଗତପୁର ଦଧିବାମନ ଜୀୟୁଙ୍କ ପୀଠରେ ପବିତ୍ର ଗଙ୍ଗା ଦଶହରା ପର୍ବ ପାଳିତ ହୋଇଯାଇଛି । ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ପୈାରହିତ୍ୟରେ ଆୟୋଜିତ ଉସôବର ପ୍ରତୁ୍ୟଷରୁ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଗଙ୍ଗା ଆବାହନ-ପୂଜନ, ସୂର୍ଯ୍ୟପୂଜା, ସୂର୍ଯ୍ୟାର୍ଘ୍ୟ ଦାନ ଇଷ୍ଟଦେବ ଶ୍ରୀ ଦଧିବାମନଙ୍କ ମଣ୍ଡପରେ ବିଷ୍ଣୁ ସହସ୍ର ନାମାବଳୀ ଅର୍ଚ୍ଚନା, ଦୀପଦାନ, ପୂଜନ,ପୁଷ୍ପାଞଳି ଆଦି ମହାସମାରୋହରେ ପାଳିତ ହୋଇଯାଇଛି । ପବିତ୍ର କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ସନ୍ତୋଷ କୁମାର ଶରଣ, ଭାଗବତ ପରିଡା,ଅଶୋକ ସାହୁ, ଅରବିନ୍ଦ ଦାଶ, ଗଣେଶ୍ୱର ସାହୁ, ସମରଜିତ ପ୍ରଧାନ, ଅନନ୍ତ କୁମାର ସାହୁ, କାହ୍ନୁଚରଣ ଦାଶ, ବିଚିତ୍ରାନନ୍ଦ ରାଉତ ପ୍ରମୁଖ ସହଯୋଗ କରିଥିଲେ ।