ତପନଙ୍କ ପାଇଁ ବାହାରିଲେ ... ଅରଜିତଙ୍କ ପାଇଁ ବିଜେପି ନେତା କେବେ ?
ାା ପ୍ରଭାନୁ୍ୟଜ ।ା ଯାଜପୁର, ୭ା୬ : ଲଘୁ ଖଣିଜ ସମ୍ପର୍କିିତ ଘଟଣାରେ ୩୦ଦିନ ମଧ୍ୟରେ ଯାଜପୁର ଜିଲାରେ ୨ଜଣ ଯୁବକଙ୍କ ମୃତୁ୍ୟ ଘଟିଛି । ଜଣେ ଧର୍ମଶାଳା ଥାନା ଏବଂ ଅନ୍ୟଜଣେ ଯାଜପୁର ସଦର ଥାନା ଅଞ୍ଚଳର ହୋଇଥିବା ବେଳେ ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଛି । ଧର୍ମଶାଳା ଥାନାରେ ହୋଇଥିବା ଏତଲ କ୍ରମେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିସାରିଥିବା ବେଳେ ସଦର ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ଅଭିଯୋଗ ମତେ ଉଭୟ ଧର୍ମଶାଳା କି ସଦର ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିନି । ଯାହାକୁ ନେଇ ପୁଲିସ ଉପରୁ ସାଧାରଣ ଜନତାଙ୍କ ବିଶ୍ୱାସ ତୁଟୁଥିବା କଥା କୁହାଯାଉଛି । ଏପରିକି ପୁଲିସ ଜାଣିଶୁଣି ଅଭିଯୁକ୍ତଙ୍କୁ ଗିରଫ କରିବା ବଦଳରେ ସୁରକ୍ଷା ଦେଉଛି ବୋଲି ମଧ୍ୟ ଅଭିଯୋଗ ହେଉଛି । ଲଘୁ ଖଣିଜ ସମ୍ପଦ ଲୁଟେରାଙ୍କ ସହ ପୁଲିସର ସମ୍ପର୍କର କଥା ଉଠାଯାଇଛି । ଏହା ଶୁକ୍ରବାର ସଦର ଥାନା ଘେରାଉ ବେଳେ କହିଥିଲେ ଆନେ୍ଦାଳନକାରୀ । ପ୍ରସଙ୍ଗଟି ଥିଲା ତପନ ଲେଙ୍କାଙ୍କ ମୃତୁ୍ୟ । ତପନ ବରୁଆଁ ପଞ୍ଚାୟତ କଚେରୀଗାଁର ବାସୀନ୍ଦା । ଯିଏକି ଗତମାସ ୨୭ତାରିଖ ଖରସ୍ରୋତା ନଦୀର କଚେରୀ ଗାଁ ନଦୀଘାଟରୁ ନିଜ ଘର କାମ ପାଇଁ ବାଲି ଲୁଟେରାଙ୍କ ରାସ୍ତାକୁ ବ୍ୟବହାର କରି ବାଲି ଉତ୍ତୋଳନ କରିବାରୁ ତାଙ୍କୁ ଠେଙ୍ଗା ଭୁଜାଲିରେ ଆକ୍ରମଣ ହୋଇଥିଲା ।
ଏନେଇ ପରିବାର ଲୋକେ ଏତଲା କରିବା ପରେ ପୁଲିସ ଆକ୍ରମଣକାରୀ ଚନ୍ଦନ କୁମାର ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗୁରୁତର ତପନଙ୍କ ଚିକିସôାଧିନ ଅବସ୍ଥାରେ ଗଲା ୪ତାରିଖରେ ମୃତୁ୍ୟ ଘଟିବା ପରେ ମାମଲାଟି ହତ୍ୟାରେ ପରିଣତ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଦୁର୍ନୀତି ନିବାରଣ ମଞ୍ଚ ବ୍ୟାନର ତଳେ ଏକାଠି ହୋଇ ସଦର ଥାନା ଘେରାଉ କରିଥିଲେ । ଥାନା ଘେରାଉରେ ସାମିଲ ହୋଇଥିଲେ ବହୁ ବିଜେପି ନେତା । ଯେଉଁ ମାନେକି ବିଜେଡ଼ି ନେତାଙ୍କ ବଳରେ ବଳିଆନ ହୋଇ ବାଲି ଲୁଟେରା ଅରାଜକତା ଚଲାଇଥିବା କଥା କହିଥିଲେ । ଏପରିକି ବାଲି ଲୁଟେରାଙ୍କ ସହ ପୁଲିସର ମଧୁଚନ୍ଦ୍ରିକା କଥାବି ଅଭିଯୋଗ କରିଥିଲେ । ଦୀର୍ଘଘଣ୍ଟା ଧରି ଥାନା ଆଗରେ ଚାଲିଥିବା ଧାରଣା, ନାରାବାଜୀର ଖବର ପାଇ ପହଁଚିଥିଲେ ବିଜେପିର ବଡ଼ ବଡ଼ ନେତା । ଯେଉଁମାନଙ୍କ ମଧ୍ୟରେ ଥିଲେ ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବଡଚଣା ବିଧାୟକ ଅମର ନାୟକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ଜିଲ୍ଲା ସଭାନେତ୍ରୀ ଦେବ୍ୟାନୀ ପ୍ରଧାନ, ପୂର୍ବତନ ସଭାପତି ଗୌତମ ରାୟ ପ୍ରମୂଖ । ଧାରଣାକାରୀଙ୍କ ଅଭିଯୋଗ ଶୁଣିବା ପରେ ଥାନାରେ ଉପସ୍ଥିତ ପୁଲିସବାବୁଙ୍କ ସହ କଥା ହୋଇ ମୃତ ତପନକୁ କିଭଳି ନ୍ୟାୟ ମିଳିବ, ଫେରାର ଅଭିଯୁକ୍ତ କିଭଳି ଗିରଫ ହେବେ ତାହାର ପ୍ରତିଶ୍ରୁତି ପାଇବା ପରେ ଫେରିଥିଲେ । ଧାରଣାରତଙ୍କୁ ମୃତ ତପନଙ୍କ କଥା ସରକାରଙ୍କ ନିକଟରେ ପହଁଚିବ ଏବଂ ସରକାରୀ ସ୍ତରରେ ଯାହାକିଛି କରାଯିବା କଥା ନିଶ୍ଚିନ୍ତ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ନିଶ୍ଚିନ୍ତ ଏହା ଏକ ସ୍ୱାଗତଯୋଗ୍ୟ ଉଦ୍ୟମ ବା ପଦକ୍ଷେପ । କାରଣ କୈାଣସି ହତ୍ୟାକାରୀ ନିଦେ୍ର୍ଦାଷୀ ହୋଇ ବୁଲିଲେ ଆଇନ ଉପରେ କାହାର ବିଶ୍ୱାସ ରହିବନି । ବିଜେପି ନେତା ଯାହା କଲେ ତାହାକୁ ଅଞ୍ଚଳବାସୀ ବେଶ ପ୍ରସଂଶା କରିଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି, ଲଘୁ ଖଣିଜ କାରବାର କ୍ୟାମ୍ପରେ ଅମାନୁସିକ ଭାବେ ପିଟିପିଟି ହତ୍ୟା କରାଯାଇଥିବା ଅରଜିତ ପରିବାର କ’ଣ ନ୍ୟାୟ ପାଇବାକୁ ହକ୍ଦାର ନୁହେଁ । ପ୍ରସଙ୍ଗଟି ହେଉଛି ଧର୍ମଶାଳା ତହସିଲ ଅଧିନ ବହୁଚର୍ଚ୍ଚିତ ରାହାଡ଼ପୁର ପଦ୍ମାବତୀ କ୍ରସର କର୍ମଚାରୀ ଅରଜିତ ଜେନା ହତ୍ୟା ଘଟଣା । ଅରଜିତ ଜାରକା ଜାମୁବଣିଆ ସ୍ଥିତ ଅଜୟ ଜେନାଙ୍କ ପୁଅ । ରାହାଡପୁର ସିଲୁ ମହାପାତ୍ରଙ୍କ ମାଲିକାନାରେ ଥିବା ପଦ୍ମାବତୀ କ୍ରସରରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲା । ଅପ୍ରେଲ ମାସ ୨୭ତାରିଖରେ ସିଲୁ ଘରୁ ପରିବାର ଲୋକେ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଧର୍ମଶାଳା ଏବଂ ପରେ କଟକ ମେନିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଗଲା ମାସ ୧ତାରିଖରେ ମୃତୁ୍ୟ ଘଟିଥିଲା । ପୁଅକୁ ହତ୍ୟା କରାଯାଇଥିବା କଥା ବାପା ଏତଲା କରିଥିଲେ । ଏତଲାପରେ ପୁଲିସ ହତ୍ୟା ଘଟଣାରେ କ୍ରସର ମାଲିକଙ୍କ ଭଣଜା ସତ୍ୟ ନାରାୟଣ ବଳ ଓରଫ ରୋନି ସହ ହରିଦାସପୁରର ସୋମ୍ୟରଞ୍ଜନ ବିଶ୍ୱାଳ ଏବଂ କୁଆଖିଆ ଯାବରା ଅଞ୍ଚଳର ହେମନ୍ତ କୁମାର ଦେଓଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସତ ହେଲେ ମୁଖ୍ୟ ଅଭିଯୁକ୍ତ ସିଲୁକୁ ଗିରଫ କରିପାରିିନି । ମାସେ ବିତିଯାଇଥିଲେ ବି ଧର୍ମଶାଳା ପୁଲିସ ସିଲୁ ପାଖରେ ପହଁଚିପାରିନି । ତପନ ପରିବାର ପରି ମୃତ ଅରଜିତ କି ପରିବାର ନ୍ୟାୟ ପାଇବାରୁ ବଞ୍ଚିତ ରହିଛନ୍ତି । ହେଲେ ବିଡମ୍ବନା ଯେତେ ବେଳେ, ବିଜେପି ନେତା ତପନ ପାଇଁ ଥାନା ଦୁଆର ମୁହଁରେ ପହଁଚି ପାରୁଛନ୍ତି, କିଛି ବିଜେଡ଼ି କି ଲୁଟେରା-ପୁଲିସ ଯୋଡ଼ି କଥା କହୁଛନ୍ତି, ସେତେ ବେଳେ ଅରଜିତ ପାଇଁ କାହିଁକି ନୁହେଁ? ଅରଜିତ କ’ଣ ଏ ମାଟିର ପୁଅ ନୁହଁ ନାଁ ତାକୁ ହତ୍ୟା କରାଯାଇନି ଏହାହିଁ ଧର୍ମଶାଳାରେ ବଡ଼ ଆଲୋଚନାର ବିଷୟ ପାଲଟିଛି ।