ଗଛ ପଡ଼ି ବିଦୁ୍ୟତ୍ ତାର ଛିଡ଼ିଲା

ମାଲକାନଗିରି  : ମାଲକାନଗିରି ଜିଲ୍ଲା ସଦର ସମେତ ବିଭିନ୍ନସ୍ଥାନରେ ଝଡ଼ତୋଫାନ ବର୍ଷା ସହ ବଜ୍ରାଘାତ ଘଟିଛି । ପବନର ତୀବ୍ର ବେଗ ଯୋଗୁ ଜିଲ୍ଲା ସଦର ମହାକୁମା ଡିଏନକେ  ୧୧୯ କଲୋନୀରେ ଏକ ବୃହତ ଆମ୍ବ ଗଛ ଭାଙ୍ଗି ବିଦୁ୍ୟତ ଖୁଣ୍ଟ ଉପରେ ପଡ଼ିବାରୁ ଅଞ୍ଚଳରେ ବିଦୁ୍ୟତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ଏବଂ ରାସ୍ତା ବନ୍ଦ ହୋଇଥିଲା । ଅଗ୍ନିଶମ କର୍ମଚାରୀମାନେ ପହଞ୍ଚô ଗଛର ଡାଳ କଟାକଟି କରି ଏହାକୁ ସଫା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଖାଲି ଡିଏନ୍କେ ୧୧୯ ନୁହେଁ ଜିଲ୍ଲାର ବିଭିନ୍ନସ୍ଥାନରେ ସମାନ ଘଟଣା ଘଟିଥିବା ବେଳେ ରାତିସାରା ବିଦୁ୍ୟତ୍ ସରବରାହ ବନ୍ଦ ରହିଛି । କିଛିସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିବାରୁ ଯାତାୟାତ ବ୍ୟାହତ ହୋଇଛି । ଗାଁମାନଙ୍କରେ କଦଳୀ, ଅମୃତ ଭଣ୍ଡା, ଆମ୍ବ, ଚାକୁଣ୍ଡା ଗଛ ଭାଙ୍ଗି ଯାଇ ନଷ୍ଟ ହୋଇଛି ।