ଗଛରୁ ମୃତଦେହ ଉଦ୍ଧାର
ଆନନ୍ଦପୁର : ଘସିପୁରା ଥାନା ଅନ୍ତର୍ଗତ ଶୈଲଙ୍ଗ ଗ୍ରାମ ଭିତରେ ଥିବା ପୋଖରୀ ନିକଟ ଗଛରେ ଏକ ମୃତଶରୀର ଝୁଲୁଥିବା ଦେଖିବାକୁ ମିଳିଛି । ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ଧରଣୀ ରାଉତ । ପ୍ରତୁ୍ୟଷରେ ସ୍ଥାନୀୟ ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଏ ନେଇ ପୋଲିସକୁ ଅବଗତ କରାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମରଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମୁଖ୍ୟ ଚିକସôାଳୟକୁ ପଠାଇଛି । ତେବେ ମୃତ ଧରଣୀ ଙ୍କର କାହା ସହିତ ଶତ୍ରୁତା ନଥିଲା । କିନ୍ତୁ ସେ ପ୍ରବଳ ଜୁଆ ଖେଳନ୍ତି । ଯେଉଁ ସ୍ଥାନରେ ଧାରାଣୀର ମୃତ ଦେହ ଝୁଲୁଥିଲା ସେହି ସ୍ଥାନରେ ସବୁଦିନ ଜୁଆଖେଳ ହୁଏ । ଜୁଆ ଖେଳରୁ ଶତ୍ରୁତା ହୋଇ ସେମାନଙ୍କ ଭିତରୁ କେହି ତାଙ୍କୁ ମାରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେହିପରି ରଜ ପର୍ବ ଚାଲୁଥିବା ବେଳେ ଗତ କାଲି ସନ୍ଧ୍ୟାରେ ଧରଣୀ ପ୍ରବଳ ମଦ୍ୟ ପାନ କରି ଗାଁରେ ଚାଲୁଥିବା ଅପେରା ଦେଖିବାକୁ ଯାଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ କେହି ମାରି ଟାଙ୍ଗି ଦେଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମତୁ୍ୟର ପ୍ରକୃତ କାରଣ ଜଣାପଡିବ ବୋଲି ଘସିପୁରା ପୋଲିସ ଅଧିକାରୀ କହିଛନ୍ତି ।