ଅସୁରକ୍ଷିତ ଭାବେ କାର୍ଯ୍ୟ କରୁଛନ୍ତି ୟାଜ୍ଦାନୀ କାରଖାନା କର୍ମଚାରୀ
ଯଖପୁରା,: କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ କଳ କାରଖାନା ଗଢି ଉଠିଛି । କାରଖାନାରେ ସ୍ଥାନୀୟ ଅଞ୍ଚଳ ସହିତ ବାହାରର ଅନେକ ଶ୍ରମଜୀବୀ କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କ ମଧ୍ୟରେ ଗୋଟିଏ କଥା ରହିଛି କି କାରଖାନାରେ କାର୍ଯ୍ୟ କରିଲେ ଆମେ ସୁରକ୍ଷିତ ।
ମାତ୍ର ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଯାଉଛି ଅନେକ କଳକାରଖାନା କର୍ମଚାରୀଙ୍କ ଜୀବନ ସହିତ ଖେଳୁଛନ୍ତି । କାରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ ପଡୁଛି । କାରଖାନା ମାଲିକ ନିଜର ସ୍ୱାର୍ଥ ପାଇଁ କର୍ମଚାରୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେବାକୁ ପଛାଉ ନାହାଁନ୍ତି । କମ୍ପାନୀର ଲାଭ ଖୋର ମନୋବୃତି ଯୋଗୁଁ କାରଖାନା ଚାଲିବା ପାଇଁ ଯାହା ସରକାରୀ ନିୟମ ତାକୁ ମାନୁ ନାହାନ୍ତି । କିଛି ସରକାରୀ ବାବୁଙ୍କୁ ହାତ ବାରିଶି କରି ରହିଥିବା ନିୟମକୁ ଫୁ କରି ଉଡେଇ ଦେଉଥିବାର ଅଭିଯୋଗ ହୋଇଚାଲିଛି । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ୟାଜଦିନ କାରଖାନା କିଛି ଦିନ ହେବ କାର୍ଯ୍ୟକ୍ଷମ ହୋଇଛି । ଅନେକ ଦିନ ଧରି କାରଖାନାଟି ବନ୍ଦ ହୋଇପଡ଼ିଥିଲା । କମ୍ପାନୀର ଆଭ୍ୟନ୍ତରୀଣ କନ୍ଦଳ ଯୋଗୁଁ କମ୍ପାନୀକୁ ବନ୍ଦ କରିବାକୁ ପଡ଼ିଥିଲା । ଯାହା ଫଳରେ କାରଖାନାରେ କାର୍ଯ୍ୟରତ ଶ୍ରମିକ ନାହିଁ ନ ଥିବା ହଇରାଣ ହେଉଥିଲେ । ଏମିତି କି କମ୍ପାନୀ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଠିକ୍ ଭାବରେ ଦେଉ ନଥିଲା । ଯାହାକୁ ନେଇ ଅନେକ ସମୟରେ କମ୍ପାନୀରେ କାର୍ଯ୍ୟ କରୁଥିବା ଶ୍ରମିକ ଆନେ୍ଦାଳନ କରୁଥିବାର ନଜିର ଅଛି । କାରଖାନାଟି ତାର ଉତ୍ପାଦନ ପ୍ରାୟ ୮-୧୦ମାସ ବନ୍ଦ ରଖିଥିଲା । ଫଳରେ କାରଖାନା କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯାଇଥିଲା । କୌଣସି ମତେ ବର୍ତ୍ତମାନ କାରଖାନାଟି କାର୍ଯ୍ୟକ୍ଷମ ଅଛି । କିନ୍ତୁ କାରଖାନା କାର୍ଯ୍ୟକ୍ଷମ ହେବା ପାଇଁ ଯାହା ସରକାରୀ ନିୟମ ପାଳନ କରିବା କଥା ତାହା ପାଳନ କରାଯାଉନାହିଁ । କାରଖାନା କର୍ମଚାରୀ ମାନଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକ ସୁରଖା ଦିଆଯାଉ ନାହିଁ । କାରଖାନାରେ ମୋଟ ୭୦୦ରୁ ୮୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ମାତ୍ର ସମସ୍ତ କର୍ମଚାରୀଙ୍କ ଜୀବନ ସହିତ ଖେଳୁଛି କମ୍ପାନୀ ବୋଲି ଅଭିଯୋଗ ହେଉଛି । କର୍ମଚାରୀଙ୍କ ପାଇଁ ଯେଉଁ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା କଥା ତାହା କରାଯାଉନି । କାରଖାନା ଚାଲିବା ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ନଥିବା ଜଣାପଡିଛି । ଗୋଟେ କାରଖାନା ଚାଲିବା ପାଇଁ ଇଟିପି ସିଷ୍ଟମ ରହିବା ନିହାତି ଦରକାର । ମାତ୍ର କମ୍ପାନୀରେ କୌଣସି ଇକୁଟ୍ରିମେଣ୍ଟ ପ୍ଲାଣ୍ଟ ନାହିଁ । ଯାହା ଫଳରେ କାରଖାନାରୁ ନିର୍ଗତ ଦୂଷିତ ପାଣି ଏଣେ ତେଣେ ପ୍ରବାହିତ ହୋଇ ଜଳ ପ୍ରଦୂଷଣ ହେଉଥିବାର ଦେଖାଯାଉଛି ।
ଇଟିପି ସିଷ୍ଟମ ଅନୁଯାଇ ପ୍ଲାଣ୍ଟ ପରିସରରୁ କୌଣସି ବର୍ଜ୍ୟ ପାଣି ବାହାରକୁ ଆସିବା କଥା ନୁହେଁ । କିନ୍ତୁ କମ୍ପାନୀ ବିନା ଇକୁଟ୍ରିମେଣ୍ଟ ପ୍ଲାଣ୍ଟରେ ଚାଲୁଛି । ସେହିପରି କାରଖାନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବା କଥା ।ମାତ୍ର କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ସୁରକ୍ଷା ପାଇଁ କୌଣସି ଜୀବନ ରକ୍ଷାକାରୀ ଜ୍ୟାକେଟ ଦିଆଯାଉ ନାହିଁ । ସେହିପରି ମୁଣ୍ଡରେ ହେଲମେଟ ଓ ପାଦକୁ ସୁରକ୍ଷିତ ରକ୍ଷା ପାଇଁ କମ୍ପାନୀ ତରଫରୁ ଜୋତା ବର୍ଷକୁ ଦୁଇଥର ଦେବା କଥା ମାତ୍ର କମ୍ପାନୀ ତାହା ମଧ୍ୟ ଠିକ୍ ସମୟରେ ଦେଉନାହିଁ । ସେହିପରି କାରଖାନା ଭିତରକୁ ପ୍ରବେଶ କରିବା ପୂର୍ବରୁ ଶ୍ରମିକ ମାନଙ୍କ ସୁରକ୍ଷିତ ଜୀବନ ପାଇଁ ଭବିଷ୍ୟତ ପାଣ୍ଠିକୁ ଦିଆଯାଉ ନାହିଁ । ତା ସହିତ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ ତାଙ୍କର ପରିବାରର ଜୀବନ ସୁରକ୍ଷା ପାଇଁ ଆବଶ୍ୟକ ଇଏସଆଇକୁ ଠିକ୍ ଭାବରେ ଭରା ଯାଉନାହିଁ । ଯାହା କମ୍ପାନୀରେ କାର୍ଯ୍ୟରତ କର୍ମଚାରୀଙ୍କ କିଛି ଘଟିଗଲେ ତାଙ୍କୁ ଉତମ ଚିକିତ୍ସାରେ ବ୍ୟାଘାତ ଘଟିବାର ସମ୍ଭାବନା ରହିଛି । ସେହିପରି କାରଖାନା ଚାଲିବା ପାଇଁ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଲା ସିଟିଓ ମଞ୍ଜୁରୀ । ଯାହା ଫ୍ୟାକ୍ଟ୍ରି ଓ ବଏଲ୍ ବିଭାଗ ମଞ୍ଜୁରୀ ପ୍ରଦାନ କରିଥାନ୍ତି । ମାତ୍ର ୟାଜଦିନ ପ୍ଲାଣ୍ଟ ଏହାକୁ ଅଣଦେଖା କରୁଛି । ଯାହା ଶ୍ରମିକ ମାନଙ୍କ ଜୀବନ ସହିତ ଖେଳୁଛି । ଯଦି ପ୍ଲାଣ୍ଟରେ କୌଣସି ଅଘଟଣ ଘଟି କାହାର କିଛି ହୋଇଯାଏ ତେବେ କିଏ ଦାୟୀ ରହିବ ? ଏସବୁ ସରକାରୀ ନିୟମକୁ ସମ୍ପୂର୍ଣ୍ଣ ଅଣଦେଖା କରି ପ୍ଲାଣ୍ଟ ଚାଲୁ ରଖିଛି । ବଡ଼ ବିଚିତ୍ର କଥା କମ୍ପାନୀରେ ପାୱାର ପ୍ଲାଣ୍ଟ ଥିବା ବେଳେ ବିନା ସିଟିଓ ଅଥବା କନ୍ ସର୍ଣ୍ଟ ଟୁ ଅପରେଟ ମଞ୍ଜୁରୀ ରେ ଚାଲୁଛି । ଯାହା ଶ୍ରମିକ ମାନକ ଜୀବନ ପ୍ରତି ବିପଦ ରହିଛି । ଇକୁ ଟ୍ରିଟମେଣ୍ଟ ପ୍ଲାଣ୍ଟ ନ ଥାଇ କମ୍ପାନୀ ଡି ଆରଆଇପ୍ଲାଣ୍ଟ ଚଳାଉଛି । ଯାହା ସ୍ଥାନୀୟ ଅଞ୍ଚଳର ନାଳ ନଦୀ ପାଣିକୁ ପ୍ରଦୂଷିତ କରୁଛି । ଯାହା ଫଳରେ ମଣିଷ, ଗାଈ ଗୋରୁ ଠାରୁ ଆରମ୍ଭ କରି ଜଳଚର ଜୀବଙ୍କ ଜୀବନ ବିପଦରେ ପଡୁଛି । କାରଖାନା ଚାଲିବା ପାଇଁ ଆବଶ୍ୟକ ନୀତି ନିୟମକୁ ୟାଜଦିନ କେବେ ପାଳନ କରୁଛି ଆଉ ଅଘଟଣ ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି ।