ନିଶା ନିବାରଣ ସଚେତନତା ରଥ ଉଦ୍ଘାଟିତ
ବିଶୋଇ: ମୟୁରଭଞ୍ଜ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ବିଶୋଇ ଅବକାରୀ ବିଭାଗ ପକ୍ଷରୁ ନିଶା ଦ୍ରବ୍ୟ ତଥା ଅପମିଶ୍ରିତ ମଦକ ଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ "ନିଶା ନୁହେଁ ଜୀବନ’ ଆଧାରିତ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଅବକାରୀ ଉପଅଧିକ୍ଷକ ସମ୍ୟ ରଂଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅତିଥି ଭାବେ ବିଡ଼ିଓ ସାଗର କୁମାର ମୁର୍ମୁ ଯୋଗ ଦେଇ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ବିଶୋଇ ଅବକାରୀ କାର୍ଯ୍ୟାଳୟରୁ ବାହାରି ବିଶୋଇ ବଜାର, ବ୍ଲକ ଛକ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ଅବସରରେ ବିଭାଗୀୟ ଅଧିକାରୀ, କର୍ମଚାରୀ ତଥା ନେତାଜୀ କ୍ଳବ୍ର ସଦସ୍ୟମାନେ ସାମିଲ ହୋଇ ସର୍ବସାଧାରଣଙ୍କୁ ସଚେତନ କରିବା ସହ ଲିଫଲେଟ ବଣ୍ଟନ କରିଥିଲେ । ଏହି ସଚେତନତା ରଥ ୪ ଦିନ ଧରି ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରିବ । ନେତାଜୀ କ୍ଳବ୍ ସଦସ୍ୟ ବିମ୍ବାଧର ସି, ପଙ୍କଜ କୁମାର ମହାପାତ୍ର, ସୁମନ୍ତ ସାହୁ, ଅଭିଜିତ ମହାନ୍ତି, ରଞ୍ଜନ କୁମାର କବାଟ, ରିତୁନ ମହାନ୍ତି, ମାନସ ମହାପାତ୍ର ତଥା ଅବକାରୀ ନିରୀକ୍ଷକ ବିନୟ ପ୍ରକାଶ ତିର୍କୀ,ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ବହାଳଦା ଅବକାରୀ ଥାନା ଭାରାପ୍ରାପ୍ତ ଅଧିକାରୀ ରଞ୍ଜିତ ଶବର, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହାନ୍ତ, ତମନ ପରିଡ଼ା, ସୁରେନ୍ଦ୍ର ସୋରେନ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।