୧୧ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ବେତନଟୀ : ବେତନଟୀ ବ୍ଲକରେ ୧୧ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦ୍ଘାଟନ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ଦ୍ୱାରା ହୋଇଯାଇଛି । ୧୧ଟି ପ୍ରକଳ୍ପ ୨କୋଟି ୩୧ଲକ୍ଷ ୮୧ହଜାର ବ୍ୟୟ ଅଟକଳ ତିଆରି ହୋଇଥିବା ଜଣାପଡିଛି । ସର୍ବପ୍ରଥମେ କୋଠବାଡ଼ି ମଡେଲ ଅଙ୍ଗନବାଡ଼ି କେନ୍ଦ୍ର, ଆଗ୍ରିଆ ଜିପିଏଲଫ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ, ଅଗ୍ରିଆ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ, ପୁରିନ୍ଦା ଭିଏସ ଗୃହ ରାଉତରା ଉଦ୍ଘାଟନ, ଦହିକୋଠିର ପୁତୁଡ଼ିସାହି ଠାରେ ନୂତନ କମୁ୍ୟନିଟି ଗୃହ, ନଡ଼ପୁର ହସ୍ପିଟାଲ ଠାରେ ବିଶ୍ରାମଗୃହ, ପାଟଳିପୁରାର ଡେଫୌଦା ଠାରେ ସବ୍ସେଣ୍ଟର ଉଦ୍ଘାଟନ, କେନ୍ଦୁଆର ଭୁଡୁରୁବଣି ଭିଏଏସ୍ ଗୃହ ଉଦ୍ଘାଟନ, ବୈଶିଙ୍ଗାର କଦଳିଆ ଠାରେ ବିଦ୍ୟାଳୟର ଶ୍ରେଣୀଗୃହ ଉଦ୍ଘାଟନ, ରଘୁପୁରର ନୟାବସନ୍ତପୁର ଠାରେ ଭିଏସଏସ୍ ଉଦ୍ଘାଟନ, ଅଁଳା ଠାରେ ବ୍ୟାଙ୍କ ସେବାଗୃହ ଉଦ୍ଘାଟନକୁ ଶ୍ରୀ ଷଡ଼ଙ୍ଗୀ ଓ ବିନାୟକ ଶ୍ରୀ ବିଜୁଳି ଉପସ୍ଥିତିରେ ଉଦ୍ଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବେତନଟୀ ବ୍ଲକ ଅଧ୍ୟକ୍ଷା କୈସଲ୍ୟା ମାଝୀ, ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାର, ୩୫ ନମ୍ବର ମଣ୍ଡଳ ସଭାପତି ଜୀବନ କୁମାର ପରିଡା, ୩୬ ନମ୍ବର ମଣ୍ଡଳ ସଭାପତି ରାଜୀବ କୁମାର ନନ୍ଦୀ, ବେତନଟୀ ରେଞ୍ଜର ମନୋହର ଖାଁନ, ଯୁବ ସଂଗଠକ ଶାନ୍ତନୁ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଅମ୍ବିକା ବାରିକ, ଆଗ୍ରିଆ ସରପଞ୍ଚ ମିନତୀ ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୈମ୍ୟଶ୍ରୀ ଭୋଇଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।