ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ
ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ଅଞ୍ଚଳର ଜଣେ ଯୁବକ ବାଇକରେ ଯାଉଥିବା ସମୟରେ ରାସ୍ତାପାର୍ଶ୍ୱରେ ଥିବା ଏକ ନିମ୍ବଗଛକୁ ଧକ୍କଦେବା ଫଳରେ ଘଟଣାସ୍ଥଳରେ ଯୁବକଙ୍କ ଜୀବନ ଯାଇଥିବା ଜଣାପଡିଛି । ସୂଚନା ମୁତାବକ ଅଯୋଧ୍ୟା ପଞ୍ଚାୟତ ଗୋପାଳପୁର ଗ୍ରାମର ସନ୍ତୋଷ ବେହେରାଙ୍କ ପୁଅ ସୁକୁମାର ବେହେରା ଏକ ବାଇକରେ ବାଲିପାଳ ଅଯୋଧ୍ୟା ରାସ୍ତାରେ ଯାଉଥିବା ବେଳେ ଅଯୋଧ୍ୟା ନିକଟରେ ଥିବା ଏକ ନିମ୍ବଗଛକୁ ଧକ୍କାଦେବା ଫଳରେ ଘଟଣାସ୍ଥଳରେ ସୁକୁମାରଙ୍କ ମୃତୁ୍ୟହୋଇଥିବା ସୂଚନା ମିଳିଛି । ତେବେ ଯୁବକଙ୍କୁ ନୀଳଗିରି ମେଡିକାଲ ଅଣାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଯୋଧ୍ୟା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରୁ ବାଇକ୍ ଜବତ ଜବତ କରିଛି ।