ଆକାଶଙ୍କ ମାରାଥନ କାର୍ଯ୍ୟକ୍ରମ

ାା ପ୍ରଭାନୁ୍ୟଜ ।ା ବୈତରଣୀ ରୋଡ଼,୩ା୧୦: କୋରେଇ ବିଧାୟକ ଆକାଶ ଦାସନାୟକ ନିର୍ବାଚନମଣ୍ଡଳୀ କୋରେଇରେ ମାରାଥନ କାର୍ଯ୍ୟକ୍ରମ କରି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି । ବିଧାୟକ ଶ୍ରୀ ଦାସନାୟକ ବରୁଣ୍ଡେଇ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ବୁଝିବା ସହିତ କିଛି ସମସ୍ୟାର ତ୍ୱରିତ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗ ଶୁଣାଣି ଶିବିରରେ ୧୬ଟି ସାମୁହିକ ଅଭିଯୋଗ ଥିବା ବେଳେ ୨୫ ଗୋଟି ବ୍ୟକ୍ତିଗତ ଅଭିଯୋଗଥିଲା । ପରେ ବିଧାୟକ ଅମୃତିଆ ପଞ୍ଚାୟତରେ ପ୍ରକାଶ ଧଳ ଓ ଅଶୋକ ସାହୁଙ୍କ ନେତୃତ୍ତ୍ୱରେ ସଦସ୍ୟତା ଅଭିଯାନରେ ସାମିଲ ହୋଇ ଉପସ୍ଥିତ କର୍ମୀମାନଙ୍କୁ ପଞ୍ଚାୟତରେ ଅଧିକରୁ ଅଧିକ ଲୋକଙ୍କୁ ଦଳର ସଦସ୍ୟତା ଅଭିଯାନରେ ସାମିଲ କରାଇବା ପାଇଁ କହିଥିଲେ । ବିଧାୟକ ଏଥି ପୂର୍ବରୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ମାରାଥନ କାର୍ଯ୍ୟକ୍ରମରେ କୋରେଇର ବିଭିନ୍ନ ପଞ୍ଚାୟତର ଛାମୁଆ କର୍ମୀ ଯୋଗ ଦେଇଥିଲେ ।