ଟିମ୍ କ୍ଲିନ୍ସିଟିର ପୋଷ୍ଟର ଚିରା ଅଭିଯାନରେ ସାମିଲ ହେଲେ ଡେପୁଟି କମିଶନର
ବ୍ରହ୍ମପୁର : ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ଦିଗରେ ନିଜ ଉଦ୍ୟମ ଜାରି ରଖିଛି ଅଗ୍ରଣୀ ସ୍ୱଚ୍ଛାସେବୀ ସଂଙ୍ଗଠନ ଟିମ୍ କ୍ଲିନ୍ ସିଟି । ପ୍ରତି ରବିବାର ଭଳି ଆଜି ମଧ୍ୟ ଟିମ୍ ପକ୍ଷରୁ ପୋଷ୍ଟର ଚିରା ଅଭିଯାନ କରାଯାଇଥିଲା । ପ୍ରଥମେ ସମସ୍ତ ସଦସ୍ୟ ସ୍ଥାନୀୟ ଏମକେସିଜି ମୁଖ୍ୟ ଫାଟକ ସମ୍ମୁଖରେ ଏକାଠି ହୋଇଥିଲେ । ପରେ ଉକ୍ତ ସ୍ଥାନ ଠାରୁ ଖୋଡାସିଙ୍ଗି ପର୍ଯ୍ୟନ୍ତ କାନ୍ଥ ଓ ଗଛ ଗୁଡିକରେ ଲାଗିଥିବା ପୋଷ୍ଟର, ବ୍ୟାନର ଆଦିକୁ ବାହାର କରିଥିଲେ ସଦସ୍ୟ ଗଣ । ଏହି ଅଭିଯାନରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣି ସଂଘମିତ୍ରା ଦେବୀ ସାମିଲ ହୋଇ ଇଞ୍ଜିନିୟର ସ୍କୁଲ ଛକ ସ୍ଥିତ ବସ୍ ଷ୍ଟପ୍ରେ ଲାଗିଥିବା ପୋଷ୍ଟର ଗୁଡିକୁ ଚିରିବା ସହ ଅଳିଆ ଆବର୍ଜନାକୁ ସଦସ୍ୟଙ୍କ ସହ ମିଶି ଝାଡୁ ଜରିଆରେ ସଫେଇ କରିଥିଲେ । ରେଶମ ସହରକୁ ସ୍ୱଛ, ସବୁଜ ଓ ସୁନ୍ଦର ଭାବେ ଗଢି ତୋଳିବାକୁ ଟିମ୍ର ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହି ଆଗାମୀ ଦିନରେ ଏହାକୁ ଜାରି ରଖିବାକୁ ପରାମର୍ଶ ଦେଇ ଉସôାହିତ କରିଥିଲେ । ପୋଷ୍ଟର ବାହାର କରାଯିବା ପରେ ପଡୁଥିବା ଅଳିଆ ଆବର୍ଜନାକୁ ମହାନଗର ନିଗମ ପକ୍ଷରୁ କିଭଳି ସଫେଇ କରାଯିବ ସେନେଇ ଗୁରୁତ୍ୱ ଦେବାକୁ ସାମିଲ ସଦସ୍ୟ ମାନେ ଡେପୁଟି କମିଶନରଙ୍କୁ ଅବଗତ କରାଇଥିଲେ ।