ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ବିକ୍ଷୋଭ

 ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ କୁଜିଢିପା ଅଙ୍ଗନବାଡ଼ି କର୍ମୀଙ୍କୁ ଆକ୍ରୋଶମୂଳକ ଭାବେ ଅତ୍ୟାଚାର କରାଯାଉଛି,ଏହା ସହିତ କେନ୍ଦ୍ର ପରିଚାଳନା ରେ ବିଭିନ୍ନ ପ୍ରତି ବନ୍ଧକ ସୃଷ୍ଟି କରାଯାଉଛି । ଏନେଇ ଏଆଇ ଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ରଣ ହୁଙ୍କାର ଦିଆଯାଇଛି । ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ଦାବୀ ନେଇ ସଂଘ ପକ୍ଷରୁଡ଼ିଏସଡବ୍ଲୁଓ ଅଫିସ ଘେରାଉ କରାଯାଇଛି । ସ୍ଥାନୀୟ ଲକ୍ଷ୍ମଣ ଭବନ ଠାରୁ ଶହ ଶହ ଅଙ୍ଗନୱାଡି କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଆସି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ ଧାରଣାରେ ବସିଥିଲେ ।  ଲିଖିତ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ଦାବି ପୂରଣ ନହେଲେ ତୀବ୍ର ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଆଇଟିୟୁସି ର ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ପ୍ରବୀଣ ଦାସ ଓ ନୀଳକଣ୍ଠ ଦାଶ, ନିଖିଳ ଅଙ୍ଗନ ୱାଡି କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ନର୍ମଦା ନାହାକ, ଗଞ୍ଜାମ ବ୍ଲକ କମିଟି ସଭାନେତ୍ରୀ ପ୍ରତିମା ଦାସ,ସମ୍ପାଦିକା ନିରୁପମା ପଟ୍ଟନାୟକ, ରାଜ୍ୟ ସଂଘର ସଦସ୍ୟା ଏସ. ଲୀଳାବତୀ ଦୋରା, ଦମୟନ୍ତୀ ଦୋରା, ସରିତା ବେହେରା, ମିନାକ୍ଷୀ ପ୍ରଧାନ ଶାକାମ୍ବରୀ ବାରିକ, ଉଷାରାଣି ପାତ୍ର, ଗାୟତ୍ରୀ ପଣ୍ଡା ଓ ସବିତା ଦେବୀଙ୍କ ସମେତ ବହୁ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ଥିଲେ ।