ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାର ଶୁଭାରମ୍ଭ
ପୁରୀ : ପୁରୀ ଜିଲ୍ଳାର ୪ଟି ସ୍ଥାନରେ ୫ଜଣ ବରପୁତ୍ରଙ୍କ ଜନ୍ମସ୍ଥଳୀକୁ ବରପୁତ୍ରଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରାଯାଇଛି । ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଐତିହ୍ୟ ବରପୁତ୍ର୍ର ଗ୍ରାମ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାର ଶୁଭାରମ୍ଭ ଅବସରରେ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର ବରପୁତ୍ର୍ରମାନଙ୍କ ପ୍ରତିମୂର୍ତ୍ତି ଓ ଫଟୋଚ୍ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଳା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଂଜନ ପୃଷ୍ଟି, ସଦର ବିଡ଼ିଓ ସମ୍ବିତ ଶତପଥୀ, ସୂଚନା ଓ ଲୋକସଂପର୍କ ଉପନିଦେ୍ର୍ଦଶକ ସନ୍ତୋଷ କୁମାର ସେଠୀ, ଜିଲ୍ଳା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଗ୍ରାମ ସଭାପତି ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ସେହିଭଳି ସତ୍ୟବାଦୀ ବ୍ଲକର ବନବିଦ୍ୟାଳୟ ଠାରେ ବନବିଦ୍ୟାଳୟ ଓ ପଞ୍ଚସଖା ସ୍ମୃତିପୀଠ ଏବଂ ଶ୍ରୀରାମଚନ୍ଦ୍ରପୁର ଠାରେ ଆଚାର୍ଯ୍ୟ ହରିହର ଦାଶ ଓ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମପୀଠକୁ ଐତିହ୍ୟ ବରପୁତ୍ର୍ର ଗ୍ରାମ ଯୋଜନାରେ ସାମିଲ କରାଯାଇଛି । ସେହପରି ବ୍ରହ୍ମଗିରି ବ୍ଲକ ଗଡ଼ରୋଡ଼ଙ୍ଗ ଠାରେ ବକ୍ସି ଜଗବନ୍ଧୁଙ୍କ ଜନ୍ମପୀଠକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା ଓ ବିଡ଼ିଓ ଅମୀୟ କୁମାର ପଣ୍ଡା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।