ବନ ମହୋତ୍ସବ ସପ୍ତାହ ପାଳିତ

 ବୁଗୁଡ଼ା  : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପକ୍ଷରୁ ସ୍କୁଲ ପରିସରରେ ୭୬ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି ।  ପ୍ରଧାନଶିକ୍ଷକ କାଳୀ ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ବନପାଳ କ୍ଷୀରୋଦ ଗୌଡ଼, ସିଆର୍ସିସି କିରଣବାଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଛାତ୍ରଙ୍କୁ ବନମହୋତ୍ସବ ପାଳନର ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା  । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଏନ୍ସିସି ଶିକ୍ଷକ ପ୍ରଶାନ୍ତ ଗୌଡଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ସେହିପରି ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ବନମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ ହୋଇଥିଲ । ଏଥିରେ ବିଚାରପତି ସୁଧାଶ୍ରୀ ସୁରଝାଲିଆ, ବନାଞ୍ଚଳ ଅଧିକାରୀ ପ୍ରଦୀପ ମିଶ୍ର, ଓକିଲ ବିଭୁଦତ୍ତ ନାୟକ, ସାଇ ସନ୍ତୋଷିନୀ ପ୍ରଧାନ, ଭକ୍ତରାମ ଦାସ, ପ୍ରଭାତ ଜେନାଙ୍କ ସମେତ ଅଦାଲତ କର୍ମଚାରୀ ଓ ବନ କର୍ମଚାରୀମାନେ ଯୋଗ ଦେଇଥିଲେ । 
ରାୟଗଡ଼: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସ୍ଥାନୀୟ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଅଳ୍ପନା ସ୍ୱାଇଁଙ୍କ ପୌରହିତ୍ୟରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁବ୍ରତ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି । କାର୍ଯ୍ୟକ୍ରମରେ ପରିବାର ଅଦାଲତର ବିଚାରପତି ସଞ୍ଜିତ କୁମାର ବେହେରା, ମହିଳା କୋର୍ଟର ବିଚାରପତି ସସ୍ମିତା ମିଶ୍ର, ବରିଷ୍ଠ ଦେୱାନି ବିଚାରପତି  ଆଶିଷ ପଟ୍ଟନାଏକ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ ବର୍ଷା ଦାସ, ଏସ୍ସିଏଫ୍ ଅଶୋକ କୁମାର ପ୍ରଧାନ, ବନ ବିଭାଗର ରେଞ୍ଜର, ଜିଲ୍ଲାର ଶାରୀରିକ ଖେଳ ଅଧିକାରୀ ହରିହର ପାତ୍ର, ଆଇନଜୀବୀ ଦେବରାଜ ନାୟକ, କିଶୋର କୁମାର ସାହୁ, ଭାରତୀ ତ୍ରିପାଠୀ, ଜଳନ୍ଧର କୁଳଦୀପ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପାରାଲିଗାଲ ଭଲୁ୍ୟଣ୍ଟର, ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କିସମର ଚାରାରୋପଣ କରିଥିଲେ । 
 ଆସିକା : ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଆସିକା ବନବିଭାଗ ପକ୍ଷରୁ ୭୬ତମ ବନ ମହୋତ୍ସବ ସପ୍ତାହ ଚାରିମଇଲି ବନବିଭାଗ ଠାରେ ଅନୁଷ୍ଠିତ ହୋଇଯାଇଛି  । ଏଥିରେ ଆସିକା ବିଧାୟକ ସରୋଜ ପାଢ଼ୀ, ଗଞ୍ଜାମ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ପାତ୍ର, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପଶା ପାରୁଲ, ଆସିକା ତହସିଲ୍ଦାର ସଙ୍ଗୀତା ସେଣ, ସହକାରୀ ବନ ସଂରକ୍ଷକ ପ୍ରଦୀପ ବେହେରା, ବିଡିଓ ଲିପିନା ଦାସ, ଆସିକା ବନାଞ୍ଚଳ ଅଧିକାରୀ ପ୍ରମୋଦ ପଣ୍ଡା, ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଳାପାଣି ଶତପଥୀ, ଅମୂଲ୍ୟ ଉପାଧ୍ୟାୟ, ଅନୁପମ ବାନାର୍ଜୀ ପ୍ରମୁଖ ଉପସ୍ଥିତ ରହି "ମା ପାଇଁ ଗଛଟିଏ’ ନିମନ୍ତେ ବୃକ୍ଷରୋପଣ ପାଇଁ ଶପଥ ନେଇଥିଲେ ।  ଅତିଥିମାନେ ଚାରିମଇଲି ସ୍ଥିତ ନଗର ବନରେ ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଚାରା ରୋପଣ କରିଥିଲେ । ଏଥିରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସନ୍ତୋଷ ଜେନା, କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ, ବାବନପୁର ସରପଞ୍ଚ ସଞ୍ଜୟ ଜେନା, କୃଷ୍ଣସାର ମୃଗ ସମିତି ସଭାପତି ଅମୂଲ୍ୟ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆସିକା ବନପାଳ ଶରତ ଚନ୍ଦ୍ର ବେହେରା, ଅକ୍ଷୟ ତ୍ରିପାଠୀ, ରାଜେନ୍ଦ୍ର ଗୌଡ଼, ଟି. ସୁରଜ କୁମାର, ରାକେଶ ଶବର, ଚାନ୍ଦିନୀ ପରିଡ଼ା, ବିଷ୍ଣୁପ୍ରିୟା ପ୍ରଧାନ, ନଳିନୀପ୍ରଭା ବାଗ, ରାକେଶ ପରିଡ଼ା, ରଶ୍ମିତା ଚୌଧୁରୀ, ମିନାକ୍ଷୀ ମାର୍ଥା, ବାସନ୍ତୀ କର୍ଜି, କାହ୍ନୁ ଚରଣ ଡାକୁଆ, ସ୍ୱର୍ଥିକ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।
ଖଡ଼ିଆଳ: ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ଖଡ଼ିଆଳ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ଦଣ୍ଡସେନାଙ୍କ  ସଭାପତିତ୍ୱରେ  ବନ ମହୋତ୍ସବ ପାଳିତ ହୋଇଯାଛି । ଆମ୍ଭ ଦୈନନ୍ଦିନ ଜୀବନରେ ବୃକ୍ଷର କେତେ ମହତ୍ତ୍ୱ ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବିଦ୍ୟାଳୟର ଚତୁପାର୍ଶ୍ୱରେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃକ୍ଷର ଉପକାରିତା ଉପରେ ଆଧାର କରି ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ବିଦ୍ୟାର୍ଥୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସକ୍ରିୟ ଭୂମିକା ନିର୍ବାହ କରିଥିଲେ ।