ଚିନି କାରଖାନାରେ ଆଖୁପେଡା ଆରମ୍ଭ 

 ଆସିକା: ଆଜି ଆରମ୍ଭ ହେଲା ଆସିକା ଚିନି କାରଖାନାର ଚଳିତ ବର୍ଷର ଆଖୁପେଡ଼ା ଆରମ୍ଭ ହୋଇଛି । ଏସିଆ ମହାଦେଶର ସର୍ବ ପୁରାତନ ଆସିକା ଚିନିକାରଖନା ରେ ଚଳିତ ବର୍ଷ ଆଖୁ ପେଢା ଋତୁରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ଆଜି ଚିନି କାରଖାନା ପରିସରରେ ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ କୁମାର ପଣ୍ଡା ହୋମ ପୂଜା କରି ପରିଚାଳନା ନିଦେ୍ର୍ଦଶକ, କର୍ତ୍ତୃପକ୍ଷ କର୍ମଚାରୀ, ଶ୍ରମିକ, ଚାଷୀଙ୍କ ମିଳିତ ସହଯୋଗରେ ଆଖୁରୁ ଚିନି ଉତ୍ପାଦନ କାମ ଆରମ୍ଭ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଚିନିକାରଖାନାର ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ, ଉପ ସଭାପତି ସ୍ନେହଳତା ଗଣ୍ଡ, ନିଦେ୍ର୍ଦଶକ ପୂର୍ଣ୍ଣ ଚନ୍ଦ୍ର ବରାଡ, ସନ୍ତୋଷ କୁମାର ପ୍ରଧାନ, ଉଦୟ ନାଥ ପ୍ରଧାନ, ଶତ୍ରୁଘନ୍ନ ଭୂୟାଁ, ଗୀତା ପାତ୍ର, ଏସ ଅରୁଲା ରେଡି, ବସନ୍ତ କୁମାର ଦଳାଇ, ଚିନି କାରଖନାର କେନ ମ୍ୟନେଜର ପ୍ରଶାନ୍ତ କୁମାର ପାଢ଼ୀ, ଆତ୍ମା ଅଧକ୍ଷ ବିଜୟ ସ୍ୱାଇଁ, ନିଦେ୍ର୍ଦଶକ ନିରଞ୍ଜନ ପ୍ରଧାନ, ଏକାଉଣ୍ଟ ଅଧିକାରୀ ଚିତ୍ତ ଚିନ୍ମୟ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।  ଆସିକା ସମବାୟ ଚିନିଶିଳ୍ପ ନେଇ ଗଞ୍ଜାମ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଆଖୁ ଚାଷ କରିବା ପାଇଁ ଚାଷୀମାନଙ୍କୁ ସଚେତନତା କରାଯାଇଛି । ସେହି କ୍ରମରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୧୬ଟି ବ୍ଲକରୁ ୧୫୬୩ ଜଣ ଚାଷୀ, ନୟାଗଡ ଜିଲ୍ଲାରେ ୭୫ ଜଣ ଆଖୁ ଚାଷ କରିଛନ୍ତି । ଚଳିତବର୍ଷ ଆଖୁ ପେଢା ଋତୁରେ ଗଞ୍ଜାମ ଓ ନୟାଗଡ ଜିଲ୍ଲାର ମୋଟ ୧୬୩୮ ଜଣ ଚାଷୀଙ୍କ ଠାରୁ ୫୦ ଦିନ ରୁ ୬୦ ଦିନ ମଧ୍ୟରେ ପ୍ରାୟ ୫୦ ହଜାର ମେଟ୍ରିକଟନ ଆଖୁ ପେଡ଼ା ହେବାର ଧାର୍ଯ୍ୟ କରାଯାଇଛି । ଏଥି ସହିତ ଆଖୁ ଚାଷକୁ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ବୋନସ ଦେବାକୁ ଚାଷୀ ଦାବି, ଶିଳ୍ପର ନବୀକରଣ ପାଇଁ ନୂତନ ଯନ୍ତ୍ରପାତି ନିମନ୍ତେ ସରକାରଙ୍କୁ ନିବେଦନ କରିଥିବା ବିଷୟ ପରିଚାଳନା ନିଦେ୍ର୍ଦଶକ ସୁଶାନ୍ତ କୁମାର ପଣ୍ଡା ପ୍ରକାଶ କରିଥିଲେ ।