ଗଞ୍ଜେଇ ସହ କାର ଜବତ,୨ଗିରଫ

 ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ମ.ରାମପୁର ଜାତୀୟ ରାଜପଥ ନଂ ୫୯ରେ ଏକ ମାରୁତି ସୁଜୁକି କାର ନଂ ଓଆର ୦୨ଏପି ୦୧୫୫ରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ମ.ରାମପୁର ଅବକାରୀ ବିଭାଗ ଚଢ଼ାଉ କରି ୧୫କେଜି ଗଞ୍ଜେଇ ସହ କାରକୁ ଜବତ କରିଥିବାବେଳେ ୨ଜଣକୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କଣ୍ଟାବାଞ୍ଜିର ମହମ୍ମଦ ଇମତିୟାଜ ଓ ସାହିଲ ବାଗ ବୋଲି ଜଣାପଡ଼ିଛି । ଗଞ୍ଜେଇ ମ.ରାମପୁର ବ୍ଲକ ମୋହନଗିରୀରୁ କଣ୍ଟାବାଞ୍ଜିକୁ ଚାଲାଣ ହେଉଥିବା ଅବକାରୀ ବିଭାଗ ସୂଚନା ଦେଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ାଉରେ ଅବକାରୀ ଇନ୍ସପେକ୍ଟର ଦେବାଶିଷ ସିରଦର,ଏଏସଆଇ ଆର୍ତ୍ତତ୍ରାଣ ବହିଦାର, କନେଷ୍ଟବଳ ବାଲେଶ୍ୱର ଧଙ୍ଗଡାମାଝୀ, ସିମାଞ୍ଚଳ ମାଝୀ, ଦୈତାରୀ ତାଣ୍ଡି, ବିନତ କୁମାର ପ୍ରମୁଖ ସାମିଲ ଥିଲେ ।