ଗଣଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ନିଖିଳ ଉକôଳ ଶିକ୍ଷକ ମହାସଂଘ


ାା ପ୍ରଭାନୁ୍ୟଜ ।ା ଯାଜପୁର : ନିଖିଳ ଉକôଳ ଶିକ୍ଷକ ମହାସଂଘ ନେତୃତ୍ୱରେ ଶିକ୍ଷକ ମହାସଂଘର ଦାବି ଦିବସ ପାଳିତ ହୋଇଯାଇଥିବା ବେଳେ୧୫ଦଫା ଦାବି ସମ୍ବଳିତ ଦାବିପତ୍ର ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଦିଆଯାଇ ଦାବି ସମୁହ ବିଷୟରେ ଆଲୋଚନା କରାଯାଇଥିଲା । 
ଏଥିରେ ମୁଖ୍ୟତଃ ଶିକ୍ଷା ବଜେଟ୍ ବୃଦ୍ଧି, ଆଜି ପର୍ଯ୍ୟନ୍ତ ଅନୁଦାନରୁ ବଞ୍ଚିତ ହୋଇଥିବା ଅଧ୍ୟାପକ, ଶିକ୍ଷକ, କର୍ମଚାରୀମାନଙ୍କୁ ଅନୁଦାନ ପ୍ରଦାନ କରିବା, ମୁଣ୍ଡାମୁଣ୍ଡି ଅନୁଦାନ ପାଉଥିବା ଅଧ୍ୟାପକ ଶିକ୍ଷକ, କର୍ମଚାରୀଙ୍କୁ ଅନୁଦାନ ଦେବା ସହ ଚାକିରି ସର୍ତ୍ତ, ପେନସନ, ଗ୍ରାଚୁ୍ୟଟି ଦେବା, ଲାଇବ୍ରେରିଆନ୍, ପିଇଟି ଏବଂ ଡ଼େମୋନଷ୍ଟ୍ରେଟରମାନଙ୍କୁ ଅଧ୍ୟାପକ ପଦବୀକୁ ଉନ୍ନିତ କରିବା । ସ୍କୁଲ କଲେଜ ମାନଙ୍କରେ ଖାଲିପଡ଼ିଥିବା ଶିକ୍ଷକ, ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ପଦପୂରଣ କରିବା । ଅନୁଦାନ ପ୍ରାପ୍ତ କଲେଜମାନଙ୍କରେ ଅବସର ନେଉଥିବା ଅଧ୍ୟାପକ କର୍ମଚାରୀମାନଙ୍କୁ ସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ସମତୁଲ ଗ୍ରାଚୁ୍ୟଟି ଦେବା । ଦୀର୍ଘ ୧୮ବର୍ଷ ଧରି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ଶିକ୍ଷକ କର୍ମଚାରୀମାନଙ୍କୁ ସରକାରୀ କରଣ କରିବା । ଏଲିମେଣ୍ଟାରୀ ବିଦ୍ୟାଳୟମାନଙ୍କରେ ଅଦ୍ୟାବଧି ନିଯୁକ୍ତି ସମସ୍ତ ଠିକା ଶିକ୍ଷକ ଓ କର୍ମଚାରୀମାନଙ୍କୁ ମୂଳ ନିଯୁକ୍ତି ଦିନଠାରୁ ସ୍ଥାୟୀ କରାଯାଇ ସରକାରୀ ତତୁଲ୍ୟ ସୁବିଧା ଦେବା, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ହାଇସ୍କୁଲ ଓ ଏମ୍.ଇ ସ୍କୁଲମାନଙ୍କରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକରେ ସ୍ଥାୟୀ ନିଯୁକ୍ତି ଦେଇ ସରକାରୀ କରଣ କରିବା, ସରକାର ଅଧିଗୃହିତ କରିଥିବା ପୌର ପ୍ରଶାସନ ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ବାଦ୍ ପଡ଼ିଥିବା ଶିକ୍ଷକ କର୍ମଚାରୀଙ୍କୁ ଉଚ୍ଚନ୍ୟାୟଳୟ ଦେଇଥିବା ନିଦେ୍ର୍ଦଶ ଅନୁସାରେ ଏବଂ ସରକାରୀ ଗେଜେଟ ଅନୁସାରେ ସମସ୍ତ ବକେୟା ରାଶି ଦିଅଯିବାର ଦାବି ରହିଛି । ଧାରଣା କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଡ.ଦୁଷ୍ମନ୍ତ ନାୟକ, ସଭାପତି ଧନଞ୍ଜୟ କେଶରି ରାଉତରାୟ, ଉମାକାନ୍ତ ପାତ୍ର, ଡ.ଦିଲ୍ଲୀପ ମିଶ୍ର, ବୃନ୍ଦାବନ ମହାପାତ୍ର, ରଞ୍ଜନ କୁମାର ସାହୁ, ବିଦୁଭୂଷଣ ପଟ୍ଟନାୟକ, ସୁରେଶ ଚନ୍ଦ୍ର ବିଶ୍ୱାଳ, ଅକ୍ଷୟ କୁମାର ଦାସ, ଅଜୟ କୁମାର ସାହୁ, ଆଦି ପରିଚାଳନା କରିଥିବା ବେଳେ ବହୁ ରାଜନୈତିକ ଦଳ, ଟ୍ରେଡ଼୍ ୟୁନିୟନ ନେତା ଓ ଶିକ୍ଷକ ନେତା ସର୍ବଶ୍ରୀ ଡ.ଅମିୟ ମହାନ୍ତି, ଅଜୟ ସାମଲ, ଲୋକନାଥ ରଥ, କାମରାଜ ମହାରଣା, ବିମ୍ବାଧର ପଟ୍ଟନାୟକ, ନିରଞ୍ଜନ ପାଢି, ବିବେକାନନ୍ଦ ଦାସ, ସୁବାସିନୀ ତ୍ରିପାଠୀ, ଧନଞ୍ଜୟ ନାୟକ, ମିନା ପଣ୍ଡା, ରମେଶ ଚନ୍ଦ୍ର ହାତୀ ଡ.ରାମଚନ୍ଦ୍ର ଖୁଣ୍ଟିଆ, ଲୋକନାଥ ରଥ, ଯୁଧିଷ୍ଠିର ମହାପାତ୍ର, ସୁରେଶ ପାଣିଗ୍ରାହୀ, ସନ୍ତୋଷ ଦାସ ପ୍ରମୁଖ ଧାରଣା ସ୍ଥଳରେ ଉପସ୍ଥିତ ରହି ସମର୍ଥନ କରିଥିଲେ ।