୬ମାସ ହେଲା ଭତ୍ତାରୁ ବଞ୍ଚିିତ ଦିବ୍ୟାଙ୍ଗ ଦୀପ୍ତି

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ ଅଏଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଘୁଆକଟା ଗ୍ରାମର ଦିବ୍ୟାଙ୍ଗ ଯୁବତୀ ଦିପ୍ତିମୟୀ ବେହେରାମାଳି ଆଜକୁ ୬ମାସ ହେଲା ଭତ୍ତା ପାଇବାରୁ ବଂଚିତ ରହିଛି । ଆର୍ଥିକ ଅଭାବ ଅନାଟନରେ ବଡ଼ ଦୁଃଖକଷ୍ଟରେ ବର୍ତ୍ତମାନ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ଭତ୍ତା ପାଇବା ପାଇଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ନିର୍ବାହ ଅଧିକାରୀ, ବିଏସଏସସୋ, ବିଡିଓଙ୍କୁ ଗୁହାରି କରିକରି ବିଫଳ ହୋଇଛନ୍ତି । ଭତ୍ତା ପାଇଁ ଆଠମଲ୍ଲିକ ବ୍ଲକ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ଦୀପ୍ତିମୟୀ ଦିବ୍ୟାଙ୍ଗ ଭତ୍ତା ମୂଳରୁ ପଞ୍ଚାୟତ ଅଫିସରୁ ନଗଦ ଆକାରରେ ପାଇଆସୁଥିଲେ । ଗତ ୬ମାସ ତଳେ ବ୍ୟାଙ୍କ ଜରିଆରେ ଭତ୍ତା ପାଇବା ପାଇଁ ତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ କହିଥିଲେ । ଏଣୁ ତାଙ୍କ କହିବା ଅନୁସାରେ ସେ ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଆଦି ଆବଶ୍ୟକୀୟ କାଗଜ ପତ୍ର ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ହେଲେ କାଗଜପତ୍ର ଦେଲା ଦିନଠାରୁ ତାଙ୍କୁ ପଞ୍ଚାୟତରୁ ନା ବ୍ୟାଙ୍କରୁ ଭତ୍ତା ମିଳୁଛି । କାଗଜ ପତ୍ର ନେଇ ଅଧିକାରୀ ଚୁପ୍‌ ହୋଇ ବସି ପଡ଼ିଥିବା ବେଳେ, ଦିପ୍ତୀ ସରକାରୀ ବାବୁଙ୍କୁ ଗୁହାରି କରି ନିରାଶ ହେଲାଣି । ମାସିକ ଭତ୍ତା ଅର୍ଥରାଶି ତାଙ୍କ ଦୈନିକ ଜୀବନର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଥିବାବେଳେ, ବର୍ତ୍ତମାନ ଦିପ୍ତୀଙ୍କ ବିଧବା ମାଆ ମୁଲ ମଜୁରୀ କରି ବଡ ଦୁଃଖ କଷ୍ଟରେ ଝିଅ ସହିତ ଜୀବନ ଜାପାନ କରୁଛି । ଏଣୁ ସ୍ଥାନୀୟ ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି ।