କୁଣ୍ଡଳେଶ୍ୱର ଦେବଙ୍କ ବାର୍ଷିକ ଯଜ୍ଞ

 ଜଟଣୀ : ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ଷଣ୍ଢପୁର ଗ୍ରାମରେ ଅବସ୍ଥିତ କୁଣ୍ଡଳେଶ୍ୱର ଦେବଙ୍କ ୨୧ ତମ ବାର୍ଷିକ ଯଜ୍ଞ ଉସôବ ଉଦଯାପିତ ହୋଇଯାଇଛି କ୍ଷ ବିଧିବିଧାନ ପୂର୍ବକ ଅଙ୍କୁରାରୋପଣ, ଜଳଯାତ୍ରା, ଶାଲା ମଣ୍ଡନ, ଅଧିବାସ, ଅଗ୍ନି ସ୍ଥାପନ, ସୂର୍ଯ୍ୟପୂଜା, ଗୋ ପୂଜା, ଚଣ୍ଡିପାଠ ଓ ବିଶ୍ୱ କଲ୍ୟାଣ ନିମନ୍ତେ ମହାଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇଥିଲା କ୍ଷ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀଙ୍କ ପରିଚାଳନାରେ ସ୍ଥାନୀୟ ଆଖ ପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଶ୍ରଦ୍ଧାଳୁ ଭକ୍ତମାନେ ପୂର୍ଣ୍ଣାହୁତି ଦର୍ଶନ କରିବା ସହିତ ପ୍ରସାଦ ସେବନ କରିଥିଲେ କ୍ଷ ଏହି ଅବସରରେ ଶ୍ରୀଶ୍ରୀ କୁଣ୍ଡଳେଶ୍ୱର ଦେବ ରାମନାଟ୍ୟ କଳା ପରିଷଦ ଦ୍ୱିତୀୟ ବର୍ଷରେ ପଦାର୍ପଣ କରି ଗ୍ରାମର ଛୋଟ ବଡ଼ କଳାକାରଙ୍କୁ ନେଇ ଅନୁଷ୍ଠାନର ଚିତାକର୍ଷକ ରାମନାଟକ "ସୀତାଠାବ  ଓ ଲଙ୍କାଦହନ’ ପରିବେଷଣ କରିଥିଲା । ସମାଜିକ କର୍ମୀ ତଥା ୟୁଟୁ୍ୟବର ଦେବାଶିଷ ମହାପାତ୍ର ନାଟକଟିର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ କରିବା ସହିତ କଳାକାରଙ୍କୁ ଉତ୍ସାହିତ କରିଥିଲେ । ଚଳିତବର୍ଷ ଡିଏମ୍ଭି ଜଟଣୀ ପକ୍ଷରୁ କରାଯାଉଥିବା ରଜ ମହାସଂଗ୍ରାମ ଲଙ୍କାପୋଡ଼ି ପ୍ରତିଯୋଗିତା ୨୦୨୫ରେ ନବମ ପ୍ରତିଯୋଗୀ ଭାବେ ଷଣ୍ଢପୁର ଗ୍ରାମ ଯୋଗ ଦେଇଥିବା ବେଳେ, ନାଟକଟି ଚିତାକର୍ଷକ ହେବା ସହିତ ଦର୍ଶକଙ୍କ ମନ ମୋହିଥିଲା ।