ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ : ପୂର୍ଣ୍ଣଚନ୍ଦ୍ର ସଭାପତି, ଆଦିତ୍ୟ ସମ୍ପାଦକ
କାକଟପୁର : ବୁଧବାର ପିପିଲି ସ୍ଥିତ ମାଣିକ ଗାର୍ଡେନ ଠାରେ ଉକôଳ ସାମ୍ବାଦିକ ସଂଘ ଅନୁବନ୍ଧିତ ପୁରୀଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକôଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ରାଜ୍ୟର ଅନ୍ୟତମ କାର୍ଯ୍ୟକାରୀ ସଭାପତି ହାରାଧନ ବାନାର୍ଜୀ, ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଓ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଏବଂ ଉକôଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ଶାଖା ସଭାପତି ହରିହର ସ୍ୱାଇଁ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସମୟରେ ସଂଘକୁ ଶକ୍ତିଶାଳୀ କରି ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ କରିବାର ଆବଶ୍ୟକତା ରହିଛି । ସେଥିପାଇଁ ଏକତା ରକ୍ଷା ପାଇଁ ସବୁମତେ ଉଦ୍ୟମ ଜରୁରୀ ବୋଲି କହିଥିଲେ । ସାମ୍ୱାଦିକ ସଞ୍ଜୟ ପତି, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ଜିଲ୍ଲାର ସଭାପତି ପାଇଁ ପ୍ରସ୍ତାବ ରଖିଥିଲେ ତେବେ ଉପସ୍ଥିତ ସମସ୍ତ ସଦସ୍ୟ ମାନେ କରତାଳି ଦେଇ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ନବ ନିଯୁକ୍ତ ସଭାପତିଙ୍କ ପ୍ରସ୍ତାବ କ୍ରମେ ଆଦିତ୍ୟ ରାଉତଙ୍କୁ ସାଧାରଣ ସମ୍ପାଦକ, ସମୀର କରଙ୍କୁ କୋଷାଧକ୍ଷ ଏବଂ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ, ତୁଷାର ଦୀକ୍ଷିତ, ବିଚିତ୍ରା ନନ୍ଦ ସାହୁ ଓ ଅକ୍ଷୟ ବେହେରାଙ୍କୁ ପରାମର୍ଶ ଦାତା ଭାବେ ମନୋନୀତ କରାଯାଇଛି ।