ଗଣେଶ ପୂଜା ପାଇଁ ଉସôବ ମୁଖରିତ ଶଙ୍ଖଚିଲା ବାଲିଦାଣ୍ଡ

ବ୍ୟାସନଗର:  ଗଣେଶ ପୂଜା ପାଇଁ ଉସôବ ମୁଖରିତ ଶଙ୍ଖଚିଲା ବାଲିଦାଣ୍ଡ । ମା’ ହିଙ୍ଗୁଳାଙ୍କ ପାଇଁ ଜିଲାର ଅନ୍ୟତମ ଶକ୍ତପୀଠ ଭାବେ ଶଙ୍ଖଚିଲା ପରିଚିତ ଲାଭ କରିଥିବା ବେଳେ ଗଣେଶ ପୂଜାରେ ବାଲିଦାଣ୍ଡ ବି ଉସôବ ମୁଖରିତ ହୋଇପଡ଼ିଛି । ବିଭିନ୍ନ ମ୍ୟାଟ୍ରିକ ବ୍ୟାଚର ଛାତ୍ର ୧୮ଟି ମୃଣୀୟ ମୂର୍ତି କରି ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଦେଖିବା ଭଳି ତୋରଣ ସାଙ୍ଗକୁ ମଣ୍ଡପକୁ ଆଲୋକମାଳାରେ ସଜିତ କରିଛନ୍ତି । ସଂନ୍ଧ୍ୟା ସମୟରେ ହଜାର ହଜାର ଲୋକ ବାଲିିଦାଣ୍ଡରେ ପହଁଚି ସାଜସଜା ଦେଖିବା ସହ ପ୍ରଥମପୂଜ୍ୟଙ୍କ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି । ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବହୁ ଦୋକାନ ପସରା ମେଲାଇଛନ୍ତି ।