ନିଖିଳ ଉକôଳ ମଧୁ ବୈଶ୍ୟ ସମାଜର ବନ୍ଧୁ ମିଳନ

ବ୍ୟାସନଗର: ନିଖିଳ ଉକôଳ ମଧୁ ବୈଶ୍ୟ ସମାଜ ବ୍ୟାସନଗର ଶାଖାର ବନ୍ଧୁ ମିଳନ ଦଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ବସନ୍ତ ପାତ୍ରଙ୍କ ଅଧ୍ୟକ୍ଷତାରେ ବନ୍ଧୁମିଳନରେ କୋରେଇ ବିଧାୟକ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁ ବୈଶ୍ୟ ସମାଜର ଏକତା ଓ ଭାଇଚାରାକୁ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୌରସଂସ୍ଥାର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଯୋଗଦେଇ ସାମାଜିକ ନିରାପତା ପାଇଁ ଏଭଳି ସଂଗଠନର ଆବଶ୍ୟକତା ରହିଥିବା ତାଙ୍କ ବକ୍ତବ୍ୟରେ କହିଥିଲେ । ଜିଲା ସମ୍ପାଦକ ଧୀରେନ୍ଦ୍ର କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଧର୍ମଶାଳା ବ୍ଲକର ରଘୁନାଥ ପାତ୍ର, ପ୍ରଶାନ୍ତ ସାହୁ ଓ ଅଶୋକ ସାହୁ ଉପସ୍ଥିତ ପ୍ରମୂଖ ସାଙ୍ଗଠନିକ ବିକାଶ ପ୍ରସଙ୍ଗରେ କହିଥିଲେ । ସେହିପରି ସୁବର୍ଣ୍ଣପୁର ଠାରେ ଅବସ୍ଥାପିତ ଜିଲା ଦକ୍ଷତା ବିକାଶ ଅଧିକାରୀଣୀ ସଞ୍ଜୁ କୁମାରୀ ସାହୁ ମଧୁ ବୈଶ୍ୟଙ୍କ ଅଭିବୃଦ୍ଧି ପାଇଁ ତାଙ୍କର ବକ୍ତବ୍ୟ ରଖିଥିଲେ । ଉତ୍ସବ ଆୟୋଜନରେ ବୀର କିଶୋର ସାହୁ, ବିଷ୍ନୁ ଚରଣ ସାହୁ, ବଳରାମ ସାହୁ, ରାମଚନ୍ଦ୍ର ସାସମଲ, ଭକ୍ତବନ୍ଧୁ ସାହୁ, ଲକ୍ଷ୍ମୀଧର ସାହୁ, ବଳରାମ ସାହୁ, ବୈରାଗୀ ଚରଣ ସାହୁ, ପ୍ରତାପ ଚନ୍ଦ୍ର ପାତ୍ର, ମୋହିନୀ ମୋହନ ସାହୁ, ପ୍ରଫୁଲ୍ଲ କୁମାର ସାହୁ, ଗଙ୍ଗାଧର ସାହୁ, ସୁଧାଂଶୁ ଶେଖର ସାହୁ ଓ ସତୀଶ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ।