ବିଭିନ୍ନ ସ୍ଥାନରେ ଭାଗବତ ଜନ୍ମ ଉତ୍ସବ ପାଳିତ
ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଭାଗବତ ଜନ୍ମ ଉସôବ ଆଧ୍ୟାତ୍ମିକ ପରିବେଶ ମଧ୍ୟ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଗୋପାଳ ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂଜକ ମଦନ ମିଶ୍ର ପୂଜାକାର୍ଯ୍ୟ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାଗବତ ଙ୍କ ବ୍ୟାସସନ କୁ ପୂଜା କରାଯିବା ପରେ ନୂତନ ବସ୍ତ୍ରରେ ସଜ୍ଜିତ କରାଯାଇଥିଲା । ପରେ ଭୋଗ ରାଗ, ଧୂପ, ନୈବିଦ ଅର୍ପଣ ପରେ ଭାଗବତ ର ପ୍ରଥମ ଅଧ୍ୟାୟ ବୋଲା ଯାଇଥିଲା । ମାତୃଶକ୍ତି ସହ ସଂଯୋଜିକା ରେଣୁବାଳା ଦାସ, ଦୁର୍ଗାବାହିନୀ ସହ ସଂଯୋଜିକା ମୋନାଲିସା ଦାସ, ପଦ୍ମନାଭ ମିଶ୍ର, ଗୌର ମିଶ୍ର, ମିନାକ୍ଷୀ ଦାସ, କନକଲତା ରଣା, କୁମୁଦୁନୀ ରଣା, ତିଳତମା ରଣା, ବିନତୀ ସିଂ, ରୁକ୍ମଣୀ ଦାସ, ସୁକାନ୍ତି ରଣା, ମାଳତୀ ରଣା, ଗୁଲାମଣୀ ବେହେରା, ଦମୟନ୍ତୀ ରଣା, ସରସ୍ୱତୀ ବେହେରା, ପ୍ରମୁଖ ଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଭକ୍ତ ମାନେ ଉପସ୍ଥିତ ରହିଥିଲେ ।
କାକଟପୁର: କାକଟପୁର, ଅସ୍ତରଙ୍ଗ, ନୟାହାଟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ମଠ, ମନ୍ଦିର ରେ ଭକ୍ତି ଓ ନିଷ୍ଠାର ସହିତ ଭାଗବତ ଜନ୍ମ ଉସôବ ଅନୁଷ୍ଠିତ ହୋଇଥିଲା । ପୂଜା ପାଉଥିବା ଭାଗବତ ଗାଦିକୁ ଗଙ୍ଗା ଜଳରେ ସ୍ନାନ କରାଯାଇ ନବବସ୍ତ୍ର ପିନ୍ଧା ଯାଇଥିଲା । ପରେ ଭାଗବତ ଗାଦିଙ୍କ ନିକଟରେ ଚୁଡ଼ା ଘସା, କଦଳୀ ଓ ଅନ୍ନ ପ୍ରସାଦ ଭୋଗ ଲାଗି କରା ଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଭାଗବତ ଗୋସାଇଁଙ୍କୁ ପ୍ରଣାମ ଓ ବନ୍ଦାପନା କରିଥିଲେ । ଏଥିପାଇଁ ବିଭିନ୍ନ ଗାଁ ର କୋଠ ଘର,ମଠ,ଭାଗବତ ଟୁଙ୍ଗୀ ମାନଙ୍କରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।