ପୂର୍ବତନ ପୋଷ୍ଟମାଷ୍ଟରଙ୍କ ଦେହାନ୍ତ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଟାଉନ ବଳରାମପୁରର ନିବାସୀ ତଥା କେନ୍ଦ୍ରାପଡା ମୁଖ୍ୟ ଡାକଘରର ପୂର୍ବତନ ପୋଷ୍ଟମାଷ୍ଟର ଅକ୍ରୁର ଚରଣ ସେଠୀ(୭୨)ଙ୍କ ଗତ ଶନିବାର ଦିନ କଟକ ବଡ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି । ଶ୍ରୀ ସେଠୀ ବହୁଦିନ ହେବ ମସ୍ତିକ ଆଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରମାନଙ୍କର ବହୁ ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତୁ୍ୟ ଘଟିଥିଲା । ରବିବାର ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଜେଷ୍ଠ ପୁତ୍ର ଆଲୋକ ରଞ୍ଜନ ସେଠୀ ମୁଖାଗ୍ନୀ ଦେଇଥିଲେ । ସେ ଓଡିଶାରେ ବିଭିନ୍ନ ଡାକଘରେ ସୁଚାରୁଭାବେ କାର୍ଯ୍ୟ ତୁଲାଇଥିବା ବେଳେ ଶେଷରେ୨୦୧୧ମସିହାରେ ପଟ୍ଟମୁଣ୍ଡାଇ ମୁଖ୍ୟ ଡାକଘରୁ ଅବସର ନେଇଥିଲେ । କେନ୍ଦ୍ରାପଡା ମୁଖ୍ୟଡାକଘରେ ପ୍ରାୟ ୧୦ବର୍ଷ ହେବ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟକରିଥିଲେ । ସେ ଜଣେ ସରଳ ଓ ଧର୍ମପ୍ରଣାୟଣ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା ଥିବା ସହିତ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ । ଶେଷ କୃତ୍ୟବେଳକୁ ତାଙ୍କର ସାନ ପୁଅ ଆଇନଜୀବୀ ଡ. ଅପୂର୍ବ ରଞ୍ଜନ ସେଠୀଙ୍କ ସମେତ ଧର୍ମପତ୍ନୀ ଅନୁସୂୟା ସେଠୀ, ଝିଅ, ଜ୍ୱାଇଁ, ବୋହୁ, ନାତି ନାତୁଣୀମାନେ ଉପସ୍ଥିତ ଥିଲେ ।