କିଡ୍ନୀ ରୋଗରେ ସନାତନ, ଚିକିତ୍ସାରେ ଅର୍ଥ ବାଧକ
କୁଜଙ୍ଗରୁ ଗିରିଜା ପ୍ରସାଦ ମହାନ୍ତି
ଜୀବନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଜଣେ ଗରୀବ ଲୋକ । ଦୁଇଟି ଯାକ କିଡ଼ନୀ ଖରାପ । ପାଖରେ ନାହିଁ ଚିକିତ୍ସା ପାଇଁ ଅର୍ଥ । ଏପରିସ୍ଥଳେ ସହାୟତାର ନିବେଦନ କରିଛନ୍ତି ୱାର୍ଡ ସଭ୍ୟା । ଏମିତି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲା ଏରସମା ବ୍ଲକଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ଥାନପାଳ ଗ୍ରାମରେ । ଏହି ଗ୍ରାମର ୩୫ ବର୍ଷୀୟ ଯୁବକ ସନାତନ ସାହୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ଯନ୍ତ୍ରଣାରେ ଛଟ ପଟ ହେଉଛନ୍ତି । ଔଷଧ ଖାଇବାକୁ ପଇସା ନପାଇ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ସନାତନ ଜଣେ ଗରିବ ଲୋକ ହୋଇଥିବାରୁ ବାଙ୍ଗାଲୋରର ଏକ ବ୍ଲିଚିଂ କାରଖାନାରେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରାୟ ଏକ ବର୍ଷ ପୂର୍ବରୁ ସନାତନର ଦେହ ଖରାପ ହେବାରୁ ସେ ଘରକୁ ଆସି କଟକ ରେ ଚିକିସôା ହେବାରୁ ଜଣାପଡିଲା ଯେ ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଛି । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କିଛିଦିନ ଚିକିସôା ହେବା ପରେ ଅବସ୍ଥାରେ ସୁଧାର ଆସିଲା ନାହିଁ । ଡାକ୍ତର କହିଲେ ଏହା ଏକ ବ୍ୟୟବହୁଳ ଚିକିସôା । ଆବଶ୍ୟକ ସ୍ଥଳେ କିଡନୀ ପ୍ରତିରୋପଣ ପାଇଁ ପରାମର୍ଶ ଦେଲେ । ହେଲେ ଏଭଳି ବ୍ୟୟ ବହୁଳ ଚିକିସôା କରିବା ତାଙ୍କ ପରିବାର ପକ୍ଷେ ସମ୍ଭବ ନୁହେଁ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଔଷଧ ଖାଇ ସାମାନ୍ୟ ସୁସ୍ଥ ରହି ଚଲା ବୁଲା କରୁଥିଲେ । ଅର୍ଥାଭାବ ଯୋଗୁ ଦୁଇ ମାସ ହେବ ଔଷଧ ନ ଖାଇବା ଫଳରେ ବର୍ତ୍ତମାନ ସମ୍ପୂର୍ଣ ବିଛଣାରେ ପଡି ରହି ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଗୋଟିଏ ପଟେ ଜମିବାଡ଼ି ନଥିବା ବେଳେ ଅନ୍ୟପଟେ ପରିବାରର ଏକ ମାତ୍ର ବ୍ୟକ୍ତି ସନାତନ ରୋଗ ଶଯ୍ୟାରେ ପଡ଼ିଯିବା ପରେ ପରିବାର ସଦସ୍ୟ ଗୋଟିଏ ଓଳି ଖାଇଲେ ଆଉ ଓଳିଏ ଉପବାସ ରହିବାକୁ ପଡୁଛି । ସନାତନର ସ୍ତ୍ରୀ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛି । ଆହୁରି ମଧ୍ୟ ବୃଦ୍ଧ ପିତାମାତା ପୁଅର ଏ ଅବସ୍ଥା ଦେଖି ଭାଙ୍ଗି ପଡିଛନ୍ତି । ସନାତନର ପୁଅ ଚଳିତ ବର୍ଷ କୃତିତ୍ୱ ର ସହ ମାଟ୍ରିକ ପାସ କରିଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ପାଠ ପଢାରେ ଡୋରି ବନ୍ଧା ହେବାକୁ ଯାଉଛି । ଝିଅ ଗାଁ ସ୍କୁଲ ରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ସରକାରୀ ସ୍ତରରେ ଓ ବେସରକାରୀ ସ୍ତରରେ ସ୍ୱେଚ୍ଛାସେବୀ ସଂଗଠନ ଓ ସହୃଦୟ ବ୍ୟକ୍ତି ବିଶେଷ ମାନେ ସହଯୋଗର ହାତ ବଢ଼ାଇ ଦୁର୍ଦ୍ଦିନରେ କାଳତିପାତ କରୁଥିବା ଏହି ପରିବାରକୁ ରକ୍ଷା କରିବାକୁ ୱାର୍ଡ ସଭ୍ୟା ନିରୁପମା ନାୟକ ନିବେଦନ କରିଛନ୍ତି ।