‘ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ 

 ନୂଆପଡା : ନୂଆପଡ଼ା ବ୍ଲକ୍ ବୋଇରଭାଡି ପଞ୍ଚାୟତ ମାଗୁର ପାଣି ଗାଁରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା  ସଭା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ, ବିଡ଼ିଓ ରୋହିତ ଭୋଇ,  ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାପାଳ ନବଜାତକ ଦୁଇ ଶିଶୁ କନ୍ୟା ଥନୁଶ୍ରୀ ଓ ପିଙ୍କିଙ୍କୁ କୋଳରେ ଧରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସେମାନଙ୍କ ପିତାମାତାଙ୍କୁ ଉପହାର  ସହିତ ନୂତନ ବୃକ୍ଷଚାରା ପ୍ରଦାନ କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଚାରି ଜଣ ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥିମାନେ ଭେଟି ଦେଇଥିଲେ ।  ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ,  ଗୋଟିଏ ସୁସ୍ଥ ସମାଜ ପାଇଁ  ଝିଅ ଏବଂ ଗଛ ଉଭୟ ଅତ୍ୟନ୍ତ ଜରୁରୀ ଅଟେ । ସମଗ୍ର ସମାଜ ସେମାନଙ୍କ ଉପଯୁକ୍ତ ଯନô ନେବା ଆବଶ୍ୟକ । ଶେଷରେ ଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ ଏବଂ ସମସ୍ତ ଅତିଥି ପକ୍ଷୀ ପାଇଁ ଦିନଟିଏ ଓ ବନ ମହୋସôବ ଉପଲକ୍ଷେ ବୃକ୍ଷରୋପଣ କରିଥିଲେ ।