ନିଖୁଣ ଅଭିନୟ ସୃଷ୍ଟି କରିଛି ପରିଚୟ ... ସୋସିଆଲ୍ ମିଡିଆରେ ଆୟୁଷ କ୍ରେଜ୍


ାା ପ୍ରଭାନୁ୍ୟଜ ।ା ଟମକା : ପିଲାଟି ବେଳୁ ଅଭିନୟ ପ୍ରତି ଥିଲା ଋଚି । ପାଠ ପଢା ଭିତରୁ ନିଜର ଋଚି ପ୍ରତି ସମୟ ଦେବା ତାଙ୍କୁ ଆଣି ଦେଇଛି ସଫଳତା । ଆଉ ଏହାପ୍ରତି ପରିବାର ଲୋକଙ୍କର ମଧ୍ୟ ମିଳିଛି ଅକୁଣ୍ଠ ସମର୍ଥନ । ସେ ନୃତ୍ୟ ହେଉ ଅବା ଅଭିନୟ ସବୁଥିରେ ନିଖୁଣ କଳାକରି ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ । ସାମ୍ପ୍ରତିକ ସମାଜରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବା ପାଇଁ  ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ ସୁଯୋଗ ହୋଇଥିବା ବେଳେ ଏହି ପ୍ଲାଟଫର୍ମରେ ସେ ମଧ୍ୟ ଜଣେ ଚର୍ଚ୍ଚିତ ଚେହେରା । ବିଶେଷ କରି ନିଜର କିଛି ସାଙ୍ଗ ସାଥିମାନଙ୍କ ସହ ମିଶି ଓଡିଆ କମେଡି କିଙ୍ଗ୍ ପପୁ ପମ୍ ପମ୍ଙ୍କ ଏକ୍ସ କିୟୁଜ ମି, ଯାହା କହିବି ସତ କହିବି ଧାରାବାହିକ କିଛି ଏପିସୋଡର ଅବିକଳ କରୁଥିବାରୁ ଏବେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର କ୍ରେଜ୍ ବଢିବାରେ ଲାଗିଛି । ମାତ୍ର ୪/୫ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭିଡିଓମାନ ଦେଖି ଲାଇକ୍ ଫଲୋ ଓ ସସ୍କ୍ରାଇବ୍ କରିବା ଘଟଣା ତାଙ୍କ ଲୋକପ୍ରିୟତାର ଉଦାହରଣ ପାଲଟିଛି । ସୋସିଆଲ ମିଡିଆରେ ପରିଚିତ ଏହି ଛାତ୍ର ଜଣଙ୍କ ହେଉଛନ୍ତି ଆୟୁସ୍ ମହାପାତ୍ର ଓରଫ ବାବା । ବୟସ ୧୮ବର୍ଷ । ଯାଜପୁର ଜିଲା ଦାନଗଦୀ ବ୍ଲକ୍ କିଆଝର ପଞ୍ଚାୟତ ଉପର ଟମକାରେ ବସବାସ କରୁଥିବା ଯୁବ ଇଂଜିନିୟର ସୌମ୍ୟରଞ୍ଜନ ମହାପାତ୍ର ଓ ସରପଞ୍ଚ ରାଜଲକ୍ଷ୍ମୀ ମହାପାତ୍ରଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ବରିଷ୍ଠ ଶିକ୍ଷାବିତ୍ ମନମୋହନ ମହାପାତ୍ରଙ୍କ ନାତି ଅଟନ୍ତି । ପିଲାଟିବେଳୁ ଆୟୁସ ଜଣେ ମେଧାବି ଛାତ୍ର ହାଇଥିବା ବେଳେ ନିକଟସ୍ଥ ମାନପୁର ଉଚ୍ଚ ବିଦ୍ୟାଳୟରୁ ୮୫ପ୍ରତିଶତ ମାର୍କ ରଖି ମାଟ୍ରିକ୍ରେ ପାସ କରିଥିଲେ । ଏହାପରେ ପ୍ରୟାସ କଲେଜରୁ ମଧ୍ୟ ଯୁକ୍ତ ଦୁଇ ସଫଳତାର ସହ ପାସ କରିଛନ୍ତି । ଏବେ ସେ ଭୁବନେଶ୍ୱରର ଆଲେନରେ ନିଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ତେବେ ନିଜର ପାଠପଢା ସହ ପିଲାବେଳୁ ଆୟୁସଙ୍କର ପ୍ରଥମେ ନୃତ୍ୟ ଓ ପରେ ଅଭିନୟରେ ଋଚି ରହିଥିଲା । ନିଜର କିଛି ସାଙ୍ଗମାନଙ୍କ ସହ ମିଶି ଅନେକ ଷ୍ଟେଜ୍ରେ ନିଜର ନୃତ୍ୟ ପରିବେଷଣ କରିବା ସହ ବହୁ ଅନୁଷ୍ଠାନରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । କିନ୍ତୁ ଏବେ ସେ ସୋସିଆଲ ମିଡିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।
 ଓଡିଆ କମେଡି କିଙ୍ଗ୍ ପପୁ ପମ୍ ପମ୍ଙ୍କ ଏକ୍ସ କିୟୁଜ ମି, ଯାହା କହିବି ସତ କହିବି ଧାରାବାହିକ କିଛି ଏପିସୋଡର ଅବିକଳ ନକଲ ଅଭିନୟ କରିଛନ୍ତି । ତାଙ୍କର ବାଲ୍ୟବନ୍ଧୁ ମୁକେଶ ଦାସ, ରାଜୁ ବାବୁ, ମଣ୍ଟୁ ଦାସ, ଦୁର୍ଗାପାତ୍ରଙ୍କୁ ନେଇ ଏକ ଆୟୁସ ଟିମ୍ ଗଠନ କରିଛନ୍ତି । ଯେଉଁଥିରେ ସେମାନେ ପପୁ ପମପମଙ୍କ ସେ ବହୁ ପ୍ରସିଦ୍ଧ ଧାରାବାହିକର କିଛି ଏପିସୋଡର ନକଲ ଅଭିନୟ କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍ସଟାଗ୍ରାମରେ ପୋଷ୍ଟ କରି ରାତାରାତି ସୋସିଆଲ ମିଡିଆ ସେଲିବ୍ରେଟି ପାଲଟି ଯାଇଛିନ୍ତି । ଆୟୁସ ମହାପାତ୍ର ଅଫିସିଆଲ ନାମକ ଆଇଡିରେ ତାଙ୍କର ଭିଡିଓ ପୋଷ୍ଟ ହେବା ମାତ୍ରେ ରାତାରାତି ଲକ୍ଷାଧିକ ଲୋକ ଏହାକୁ ଦେଖୁଥିବାର ଦେଖିବାକୁ ମିଳିଛି ।