ଖେଳ ହେଲା କାଳ : ପାଣିରେ ବୁଡି ନାବାଳକ ମୃତ

 କପ୍ତିପଦା  : ଘର ଠାରୁ କିଛି ଦୂରରେ ଖେଳୁଥିଲା ପୁଅ, ହେଲେ ଖେଳୁ ଖେଳୁ ପୋଖରୀରେ ବୁଡିଗଲା ଆଉ ଚାଲିଗଲା ଜୀବନ । ଗାଁ ପୋଖରୀରେ ବୁଡି ଜଣେ ୭ ବର୍ଷ ନାବାଳକ ଜୀବନ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଶରତ ଥାନା ଧପଡା ଗ୍ରାମରେ । ଗ୍ରାମର ବିଭୀଷଣ ସେନାପତିଙ୍କ ୭ ବର୍ଷ ପୁଅ କୀର୍ତିରାଜ ସେନାପତି ସୋମବାର ଦିନ ୧୧ ଟା ସମୟରେ ଘର ଠାରୁ ୪ଶହ ମିଟର ଦୂରରେ ଥିବା ଗ୍ରାମ ପୋଖରୀ ନିକଟରେ ସାଙ୍ଗ ମାନଙ୍କ ସହିତ ଖେଳୁଥିଲେ । ହେଲେ ଅଚାନକ ସେ ପୋଖରୀ ଭିତରେ ପଡିଯାଇଥିଲେ ଏବଂ ତାଙ୍କ ସାଙ୍ଗ ମାନେ ଚିକôାର କରିବାରୁ ଘର ଲୋକେ ପହଞ୍ଚି ପୋଖରୀରୁ କୀର୍ତିରାଜକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଚିକିସôା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଶରତ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।