ଗାଡ଼ି ଚେକିଂ, ଜରିମାନା ଆଦାୟ

ବାରଙ୍ଗ : ବେଆଇନ ଭାବରେ ଚାଲୁଥିବା ଗାଡ଼ିଉପରେ କମିସନରେଟ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ରବିବାର ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏନ୍ଏଚ ଟ୍ରାଫିକ ଥାନା ପକ୍ଷରୁ ତ୍ରିଶୂଳିଆ ଛକରେ ଗାଡ଼ି ଚେକିଂ କରାଯାଇଥିଲା । ବିଶେଷ କରି ବେଆଇନ ଭାବେ ବିକଟାଳ ଶବ୍ଧ କରି ଯାଉଥିବା ବୁଲେଟ ଓ ଦ୍ରୁତଗତିରେ ଯାଉଥିବ  ପଲସର ଗାଡ଼ିଗୁଡ଼ିକୁ ରୋକି ସେମାନଙ୍କ ଠାରୁ ଜୋରିମନା ଆଦାୟ କରାଯାଇଥିଲା । ଏହାସହ ବିନା ହେଲମେଣ୍ଟରେ ଯାଉଥିବା ବାଇକ୍ ଚାଳକଙ୍କୁ ମଧ୍ୟ ରୋକାଯାଇ ଫାଇନ କରାଯାଇଥିବାର ଦେଖିବାକୁ ମିଳିଥିଲା ।