ରକ୍ତଦାନ ଶିବିର : ୧୦୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସରକାରୀ ବାସଗୃହ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ମନ୍ତ୍ରୀ ଡାଃ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସ୍ୱେଚ୍ଛାକୃତ ରକ୍ତଦାତା ଯୁବ ବନ୍ଧୁମାନଙ୍କୁ ମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।
କ୍ୟାପିଟାଲ ହସ୍ପିଟାଲ୍ ରକ୍ତଭଣ୍ଡାରର ଡାଃ ଦେବାଶିଷ ମିଶ୍ର ଓ ତାଙ୍କ ଟିମ୍ ସହଯୋଗରେ ଆୟୋଜିତ ଏହି ଶିବିରରେ ୧୦୫ ୟୁନଟ୍ ରକ୍ତ ସଂଗୃହିତ ହୋଇପାରିଛି । ଏହି ଅବସରରେ ରକ୍ତ ଆବଶ୍ୟକ କରୁଥିବା ସତାଧିକ ରୋଗୀଙ୍କୁ ନିସ୍ୱାର୍ଥପର ଭାବେ ସ୍ୱେଚ୍ଛାକୃତ କୃତ ରକ୍ତଦାନ କରିଥିବା ବାବୁଲି ରଥଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାରର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ରାଜ୍ୟ ସମ୍ପାଦକ ସୁବ୍ରତ କୁମାର ବିଶ୍ୱାଳ, ପ୍ରଶାନ୍ତ ପାଇକରାୟଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।