ଇନ୍ୱେକ୍ ଓମେନ୍ ବିଜନେସ୍ ମେଳାରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  : ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଳୋଗାନ୍୍ ନୁହେଁ, ଏହା ଏକ ଆନେ୍ଦାଳନ, ଏକ ସଂକଳ୍ପ  । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଇନ୍ୱେକ୍ ଓମେନ୍ ବିଜନେସ୍ ମେଳାର  ଶହେ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି  । ଏହି ମେଳାକୁ, ‘ନାରୀ ଶକ୍ତିର ମହୋସôବ’ ବୋଲି କହିବା ସହିତ ଓଡିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତି ରଖିବା ଆବଶ୍ୟକ ବୋଲି କହିଛନ୍ତି  ।
ଏହି ଅବସରରେ ସେ କହିଛନ୍ତିଯେ, ଇନ୍ୱେକ୍ ଓମେନ୍ ବିଜନେସ୍ ମେଳା କେବଳ ଓଡିଶା ନୁହେଁ ବରଂ ସାରା ଭାରତର ମହିଳାମାନଙ୍କ ପାଇଁ ଉଦ୍ୟୋଗୀ ହେବା ନିମନ୍ତେ ପ୍ରେରଣା ପ୍ରଦାନ କରିବ  । ଆମେ ନିକଟରେ, ଉକôର୍ଷ ଓଡିଶା-ମେକ ଇନ ଓଡିଶା କନକ୍ଳେଭ, ସୁଭଦ୍ରା ଶକ୍ତି ମେଳା ଆୟୋଜନ କରିଥିଲୁ ଏବଂ ସେଥିରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା  । ଆଉ ଆଜି ଆମେ ଏହି ମେଳାରେ ସେହି ବାସ୍ତବିକତାକୁ ଦେଖୁଛୁ  । ଅର୍ଥନୀତି କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ରହିଛି ଏବଂ ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି ଯୋଜନାର ସଫଳତା ହିଁ ଏହାର ଜ୍ୱଳନ୍ତ ଉଦାହରଣ  ।
ଆମ ସରକାର ପାଇଁ ମହିଳା ସଶକ୍ତୀକରଣ କେବଳ ଏକ ସ୍ଳୋଗାନ୍୍ ନୁହେଁ, ଏହା ଏକ ଆନେ୍ଦାଳନ, ଏକ ସଂକଳ୍ପ  । ଓଡିଶାର ପ୍ରତିଟି ମହିଳା ନିଜ ଲାଗି ସ୍ୱପ୍ନ ଦେଖି ତାକୁ ସାକାର କରିବା ଏବଂ ଆତ୍ମବିଶ୍ୱାସର ସହ ନେତୃତ୍ୱ ଦେବା ପାଇଁ ଆଗେଇ ଆସିବା ଅତ୍ୟନ୍ତ ଆନନ୍ଦର ବିଷୟ  । ଯେତେବେଳେ ମହିଳାମାନେ ଉନ୍ନତି କରନ୍ତି, ସମାଜ ସମୃଦ୍ଧ ହୁଏ ଏବଂ ଅର୍ଥନୀତି ବିକଶିତ ହୁଏ  । ଆମ ମା’, ଭଉଣୀ ଓ ଝିଅମାନଙ୍କର ସମାନ ଭାଗିଦାରୀ ବିନା ଓଡିଶାର ପ୍ରଗତି ଅସମ୍ପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ  ।
ସୁଭଦ୍ରା ଯୋଜନା କେବଳ ଏକ ଆର୍ଥôକ ସହାୟତା ନୁହେଁ, ଏହା ଅର୍ଥନୈତିକ ସ୍ୱାଧୀନତାର ବାର୍ତ୍ତାବହ  । ୯୦ ପ୍ରତିଶତରୁ ଅଧିକ ମହିଳା ସୁଭଦ୍ରା ସହାୟତାର ସଦୁପଯୋଗ କରିଛନ୍ତି  । ଆମେ ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ  । ତେବେ, ସମସ୍ତଙ୍କ ପାଇଁ ଖୁସିର ବିଷୟଯେ, ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇସାରିଛନ୍ତି  । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି ବୋଲି ସେ କହିଥିଲେ  ।
ସେ ପୁଣି କହିଥିଲେଯେ, ଆମେ ମହିଳା ଉଦ୍ୟୋଗୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଦକ୍ଷତା ବିକାଶ, ବଜାର ସଂଯୋଗ ଏବଂ ଆର୍ଥିକ ପ୍ରବେଶରେ ନିବେଶ କରୁଛୁ ଏବଂ ଓଡ଼ିଶାକୁ ଓମେନ-ଲେଡ୍ ବିକାଶର ଏକ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ  ଇନ୍ୱେକ୍ ଓମେନ୍ ବିଜନେସ୍ ମେଳା ଭଳି କାର୍ଯ୍ୟକ୍ରମ ଖୁବ୍ ସହାୟକ ହେବ  । ୨୦୩୬ରେ ସମୃଦ୍ଧ ଓଡିଶା ଗଠନ କରିବାରେ ମହିଳାମାନେ ହେବେ ଶ୍ରେଷ୍ଠ ଭାଗୀଦାର ଏବଂ ଆମ ସରକାର ଏଥିପାଇଁ ପୁରା ସମର୍ଥନ ଯୋଗାଇ ଦେବେ  ।
କାର୍ଯ୍ୟକ୍ରମରେ ଯୋଗଦେଇ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ, ଏହି ସମାବେଶ, ଓଡିଆ ମହିଳା ଉଦ୍ୟୋଗୀଙ୍କୁ ଆହୁରି ଉସôାହିତ କରିବା ସହ ଆର୍ଥିକ ସ୍ୱାଧୀନତା ପାଇଁ ଭବିଷ୍ୟତର ରାସ୍ତା ଖୋଲିବ  । ଓଡିଶା ବିକାଶରେ ମହିଳା ଉଦ୍ୟୋଗୀମାନେ ହିଁ ଏକ ସମୃଦ୍ଧ ପରିବର୍ତ୍ତନର ସ୍ୱର  ।
ଏହି ଅବସରରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେଯେ, ରାଜ୍ୟ ସରକାରଙ୍କ ଉଦେ୍ଦଶ୍ୟକୁ ସଫଳତାର ରୂପାୟନ ଦେଇ ମହିଳାମାନେ ଆଜି ପାରମ୍ପରିକ ଉଦ୍ୟୋଗ ସହିତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସଶକ୍ତ ହେଉଛନ୍ତି  । ଉକ୍ତ କାର୍ଯ୍ୟକ୍ରମରେ ଆଇସିସି ଚେୟାରପର୍ସନ ରାଜୀବ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ,  ଇନ୍-ୱେକ୍ର କୋ-କନଭେନର ସ୍ୱାତୀ କେଜି୍ରୱାଲ,  ଆଇସିସିର ଉପାଧ୍ୟକ୍ଷା ପ୍ରୀତି ପଲ୍ଲବୀ ପଟ୍ଟନାୟକ, କନଭେନର ଧର୍ମାଦିତ୍ୟ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ  ।