ଗିରଫ ହେଲେ ଇଡକୋ ଜୁନିୟର ଇଞ୍ଜିନିୟର
ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା
ଭୁବନେଶ୍ୱର, ୭ା୧୧: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ଅଭିଯୋଗରେ ସ୍ପେଶାଲ ଭିଜିଲାନ୍ସ ଭୁବନେଶ୍ୱର କୋର୍ଟଙ୍କ ନିଦେ୍ର୍ଦଶ ବଳରେ ଇଡ଼କୋର ଜୁନିୟର ମ୍ୟାନେଜର (ସିଭିଲ) ବିଜୟ କୁମାର ଉଦୟସିଂଙ୍କର ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ବୁଧବାର ଚଢ଼ଉ କରାଯାଇଥିଲା । ଗୁରୁବାର ଏହି ମାମଲାରେ ଶ୍ରୀସିଂଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି । ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ସିଂଙ୍କର ଭୁବନେଶ୍ୱରରେ ୩ କୋଟି ୨୨ ଲକ୍ଷ ଟଙ୍କା ବ୍ୟୟ ମୂଲ୍ୟରେ ନିର୍ମିତ ୪ ମହଳା କୋଠାଘର, ଗୋଟାଏ ଫ୍ଲାଟ, ୩ଟି ଦାମୀ ଫ୍ଲାଟ ଥିବା ଜାଣିବାକୁ ପାଇଥିଲେ । ସେହିପରି ଶ୍ରୀ ସିଂଙ୍କ ନାମରେ ୩୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଥିବା ବେଳେ ତାଙ୍କ ଘରୁ ନଗଦ ୪ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି ।
ଶ୍ରୀ ସିଂଙ୍କ ନାମରେ ରାଜଧାନୀର ରାଜାରାଣୀ ମଉଜାରେ ଏକ ବିଳାଶପୂର୍ଣ୍ଣ ୪ ମହଳା ଘର ଥିବା ବେଳେ ଏହା ୭ ହଜାର ୫ଶହ ସ୍କ୍ରୋୟାରଫୁଟ ଅଞ୍ଚଳରେ ଅବସ୍ଥିତ । ଏହି ଚଢ଼ଉରେ ୮ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଭିଜିଲାନ୍ସର ଅନ୍ୟ କର୍ମଚାରୀମାନେ ସାମିଲ ରହିଥିଲେ ।