ଗୀତା ଜାଗରଣ ପରିଷଦର ଶ୍ରୀମଦ ଭାଗବତ ଆଲୋଚନା

 ଯାଜପୁର ଟାଉନ: ଯାଜପୁର ସହରସ୍ଥିତ ବୈତରଣୀ ନଦୀକୂଳ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ସପ୍ତଦିବସ ବ୍ୟାପୀ ଶ୍ରୀମଦ୍ଭାଗବତ ଆଲୋଚନା ଓ ବୋଇତ ବନ୍ଦାଣ ଉତ୍ସବ ସଭାପତି ପ୍ରତିମା କରଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି । ତୃତୀୟ ସନ୍ଧ୍ୟାକୁ ବିଶିଷ୍ଟ ଶିକ୍ଷାବିତ ପଣ୍ଡିତ ବୈକୁଣ୍ଠନାଥ ପତି ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ପଣ୍ଡିତ ହୃଷୀକେଶ ପତି ସ୍ତୋତ୍ର ପାଠ କରିଥିଲେ । ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଯାଜପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ ପବିତ୍ର କାର୍ତ୍ତିକ ମାସରେ ରାଇ ଦାମୋଦରଙ୍କର ପୂଜା ଓ ହବିଷ୍ୟାଳିମାନଙ୍କର ଦୀର୍ଘ ମାସାଧିକ ବ୍ରତ ଆଚରଣ ସନାତନ ହିନ୍ଦୁ ଧର୍ମର ସାମଗି୍ରକ ଐଶ୍ୱରୀୟ ଚେତନାରେ ସମସ୍ତଙ୍କୁ ଉଦ୍ବୁଦ୍ଧ କରିଥାଏ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତାଭାବେ ପ୍ରାକ୍ତନ ପୁଲିସ୍ ପ୍ରଶାସକ ଗଦାଧର ରାଉତ ଯୋଗଦେଇ ଏହି ମାସ ବର୍ଷର ୧୨ମାସ ମଧ୍ୟରେ ଶ୍ରେଷ୍ଠ ମାସ ଏବଂ ବୃନ୍ଦାବତୀଙ୍କର ପୂଜା ଦ୍ୱାରା ସମସ୍ତଙ୍କର ମଙ୍ଗଳ ହୁଏ ବୋଲି ବକ୍ତବ୍ୟ ରଖିଥିଲେ । ଉଦ୍ଘାଟକ ବୈକୁଣ୍ଠ ନାଥ ପତି ଶ୍ରୀଜଗନ୍ନାଥ ମନ୍ଦିରରେ ଅଁଳା ନବମୀ ଠାରୁ କାର୍ତ୍ତିକ ପୂନେଇଁ ପର୍ଯ୍ୟନ୍ତ ୭ଦିନ ଯେଉଁ ବ୍ରତ ଆଚରଣ ପୂର୍ବକ ଲକ୍ଷ୍ମୀ ନାରାୟଣଙ୍କର ପୂଜାର୍ଚ୍ଚନା ଓ ବାଲୁଙ୍କା ପୂଜା ମାଧ୍ୟମରେ ଜଗତର ମଙ୍ଗଳ କାମନା କରନ୍ତି ତାହା ସମସ୍ତଙ୍କୁ ଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ ବୋଲି ପ୍ରକାଶ କରିଥିଲେ । ନୃତ୍ୟାଙ୍ଗନା ଅର୍ଚ୍ଚନା ମିଶ୍ର ମଙ୍ଗଳା ଚରଣ ନୃତ୍ୟ ଓ ନୃତ୍ୟାଙ୍ଗନା ହରପି୍ରୟା ପତି ଓ ସୋନାକ୍ସି ଦାସ ସ୍ୱାଗତ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଦେଇଥିଲେ । ଏହି ଉତ୍ସରେ ସହ ସଂପାଦକ ବୃନ୍ଦାବନ ମିଶ୍ର, ସହ-ସଂପାଦକ କାଞ୍ଚନବାଳା ତି୍ରପାଠୀ, ସାଂସ୍କୃତିକ ସଂପାଦକ ଗୁଣମଣୀ ପାଣିଗ୍ରାହୀ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ । ସର୍ବଶ୍ରୀ ବାସୁଦେବ ଦାଶ, ମଧୁସୂଦନ ମହାନ୍ତି, ଲକ୍ଷ୍ମୀନାରାୟଣ ପତି, ଅଧିକାରୀ ନବ କିଶୋର ଦାସ, ସନ୍ତୋଷ ସ୍ୱର୍ଣ୍ଣକାର, ପଣ୍ଡିତ ଅଜୟ କୁମାର ନନ୍ଦ, ଜନାର୍ଦ୍ଦନ ମିଶ୍ର, ସୂର୍ଯ୍ୟମଣୀ ବେଦୀ, ସନ୍ତୋଷ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ସାଧାରଣ ସଂପାଦକ ଭାସ୍କର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।